ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଚୀନକୁ ପରାସ୍ତ କରି ଟାଇଟଲ ହାସଲ କରିଛି ଭାରତ । ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଏହା ଚତୁର୍ଥ ଥର ପାଇଁ ଭାରତୀୟ ଦଳ ଟାଇଟଲ ଜିତିଛି । ୩୧ତମ ମିନିଟ୍ ରେ ଦୀପିକା ପେନାଲ୍ଟି କର୍ନରକୁ ଗୋଲ୍ ରେ ପରିଣତ କରିବା ପରେ ଭାରତ ପାଇଁ ଏକମାତ୍ର ଗୋଲ୍ ହୋଇଥିଲା । ବିହାରର ରାଜଗିର ସ୍ପୋର୍ଟସ କମ୍ପ୍ଲେକ୍ସରେ ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଏକତ୍ରିତ ହୋଇଥିବା ଦର୍ଶକମାନେ ମଧ୍ୟ ଖେଳାଳିମାନଙ୍କୁ ବେଶ୍ ଉତ୍ସାହିତ କରିଥିଲେ ।

ଭାରତ ଓ ଚାଇନା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରଥମ ଦୁଇ କ୍ୱାର୍ଟର ଗୋଲବିହୀନ ଥିଲା, ଅର୍ଥାତ୍ ହାଫ୍ ଟାଇମ ପର୍ଯ୍ୟନ୍ତ କୌଣସି ଦଳ ଗୋଲ ସ୍କୋର କରିପାରିନଥିଲେ । କିନ୍ତୁ ତୃତୀୟ କ୍ୱାର୍ଟର ଆରମ୍ଭ ହେବା ପରେ ଭାରତକୁ ପ୍ରଥମ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଦୀପିକା ଗୋଲରେ ପରିଣତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସଲିମା ଟେଟେଙ୍କୁ ଭାରତୀୟ ଦଳର ଅଧିନାୟିକା କରାଯାଇଥିଲା ଏବଂ ନିଜର ପ୍ରଥମ ପ୍ରୋଜେକ୍ଟରେ ସେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ।