(Breaking) ମାଓ ଅପରେସନକୁ ନେଇ DGP ୱାଇ ବି ଖୁରାନିଆ

ଭୁବନେଶ୍ୱର- ମାଲକାନଗିରି ମାଓ- ସୁରକ୍ଷା ବଳ ମୁହାଁମୁହିଁରେ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷାବଳକୁ ବହୁ ସଫଳତା ମିଳିଛି । ଅନେକ ମାଓ ସାମଗ୍ରୀ ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ଡିଜିପି ୱାଇ ବି ଖୁରାନିଆ । ଖୁରାନିଆ ପ୍ରେସ ମିଟ କରି କହିଛନ୍ତି କି, ୨୬ଟି ବ୍ୟାଗ ଜବତ ହୋଇଛି । ବହୁ ଗୋଳାବାରୁଦ ଜବତ ହୋଇଛି ।

ଏହି ପ୍ରେସମିଟରେ ଖୁରାନିଆ କହିଛନ୍ତି ସୁରକ୍ଷା ବଳ ସତର୍କ ରହିଛି । ସେମାନେ ମଧ୍ୟ ଏସମ୍ପର୍କରେ ଅବଗତ ଅଛନ୍ତି । ଏହା ବ୍ୟତୀତ ସୁରକ୍ଷାବଳଙ୍କ ଅଭିଯାନ ପାଇଁ ଧୀରେ ଧୀରେ ମାଓ ଆକ୍ଟିଭିଟିରେ ହ୍ରାସ ଘଟିଛି । ମାଓବାଦୀ ଯେତେ ଯାହା କଲେ ମଧ୍ୟ ଆମ ସୁରକ୍ଷା ବଳର ବିଭିନ୍ନ ବିଭାଗର ଯବାନଙ୍କ ନଜର ସେମାନଙ୍କ ଉପରେ ରହିଛି । ସେମାନଙ୍କୁ ଓଡିଶା ଭିତରୁ ପଶିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଡିଜିପି ଖୁରାନିଆ ।

ଏଥିସହ ମାଓବାଦୀଙ୍କୁ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି । ଡିଜିପି କହିଛନ୍ତି କି, ଏବେ ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ମୁଖ୍ୟ ଧାରାରେ ସାମିଲ କରିବାକୁ ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ତେଣୁ ମାଓବାଦୀମାନେ ଏହି ହିଂସାକୁ ଛାଡି ଦିଅନ୍ତୁ ।