କୁହୁଡି ପହଁରୁଛନ୍ତିି ବିଜେଡି ନେତା, ଅବାସ୍ତବତାକୁ ନେଇ ହେଉଛନ୍ତି ଖୁସି!

ଭୁବନେଶ୍ୱର- ବିଜେଡିକୁ ବିଜେଡିର କାଉଣ୍ଟର । ବିଜେଡି ସରକାର ଗଠନ କରିବାକୁ ଯାଉଛି, ଏମିତି ବୟାନବାଜି ଦଳର ବହୁ ବରିଷ୍ଠ ଦେବା ପରେ ସାମ୍ନାକୁ ଆସିଛନ୍ତି ଘସିପୁରା ବିଧାୟକ ତଥା ଦଳର ବରିଷ୍ଠ ସଦସ୍ୟ ବଦ୍ରୀପାତ୍ର । ବିଜେଡି ସରକାର ଗଠନ ନେଇ କହୁଥିବା ନେତାଙ୍କ ମତି ବିଭ୍ରାନ୍ତି ହୋଇଛି ବୋଲି କହିଛନ୍ତି ପାତ୍ର । ଏଥିସହ ଏପରି ବୟାନ ଦେବାକୁ ଦଳ ସଭାପତି ସେମାନଙ୍କୁ କଣ ଅନୁମତି ଦେଇଛନ୍ତି ବୋଲି ପ୍ରଶ୍ନ କରିବା ସହ ବିଜେଡି ସରକାର ଗଠନ କଥା ସମ୍ପୂର୍ଣ୍ଣ ଅବାସ୍ତବ ବୋଲି କହିଛନ୍ତି ବଦ୍ରୀ ।

ଗୁରୁବାର ଦିନ ଘସିପୁରା ବିଧାୟକ କହିଛନ୍ତି, ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଛି । ସରକାର ଭାଙ୍ଗିବା କଥା କହୁଥିବା ଓ ବିଜେଡି ପୁଣି ସରକାର ଗଠନ କରିବା କଥା କହୁଥିବା ନେତାଙ୍କ ମତି ଭ୍ରମ ହୋଇଥିବା କହିଛନ୍ତି ବଦ୍ରୀ । ଏଥିସହ ସେ କହିଛନ୍ତି, ବିଜେଡି ବିଜେପିଠାରୁ ସମ ଦୂରତା ରକ୍ଷା କରି ଆସିଛି । କଂଗ୍ରେସ ସହ କେତେବେଳେ ବି ନ ଥିଲା । କେମିତି କଂଗ୍ରେସ ସହ ଗୋଟିଏ ସଂଖ୍ୟା ଗରିଷ୍ଠ ସରକାର ଭାଙ୍ଗି ସରକାର ଗଠନ କରିବ ବିଜେଡି ବୋଲି ବିଜେଡି ନେତାଙ୍କୁ ପ୍ରଶ୍ନ କରିଛନ୍ତି ବଦ୍ରୀ ପାତ୍ର ।

ଏଥିସହ ବିଜେଡି କଂଗ୍ରେସ ସହ ମିଶି ସରକାର ଗଠନ କରିବା ପରି ଅବାସ୍ତବ କଥା କହିବାକୁ କିଏ ସେମାନଙ୍କୁ ଅଧିକାର ଦେଲା ସେ ଜାଣିନାହାନ୍ତି ବୋଲି କହିଛନ୍ତି । ଏସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ ଅଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ସେ ଜାଣିନଥିବା କହିଛନ୍ତି ଘସିପୁରା ବିଧାୟକ । ନେତାଙ୍କ ଏପରି ବୟାନ ସେମାନଙ୍କୁ ନିନ୍ଦିତ କରୁଥିବା ମଧ୍ୟ କହିଛନ୍ତି ବଦ୍ରୀ ।

ତେବେ ବଦ୍ରୀ କାହା ନାଁ ନେଇ ନ ଥିବା ବେଳେ କିନ୍ତୁ ତାଙ୍କ ଟାର୍ଗେଟରେ ଅତନୁ, ମୁନା ଖାଁ, ଦେବାଶୀଷ ସାମନ୍ତରାୟଙ୍କ ପରି ନେତା ଥିବା ସ୍ପଷ୍ଟ ହୋଇଛି । କାରଣ ଏହି ନେତାମାନେ ଆଗରୁ ବାରମ୍ବାର ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡି ପୁଣି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିପାଇଁ କଂଗ୍ରେସ ସହ ମିଶିବା ସହ ବିଜେପିର କିଛି ବିଧାୟକଙ୍କୁ ଦଳରେ ସାମିଲ କରିବାକୁ କହିଛନ୍ତି ଏହି ନେତାମାନେ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଏହା ଉପରେ ବହୁ ଚର୍ଚ୍ଚା ହୋଇଛି । ସବୁଠି ଗୋଟିଏ ସଂଖ୍ୟାଗରିଷ୍ଠ ସରକାର କେମିତି ଭାଙ୍ଗି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ବୁଦ୍ଧିଜୀବୀ । ଅନେକ ଏହାକୁ ବିଜେଡିର ଦିବା ସ୍ୱପ୍ନ ବୋଲି କହିଛନ୍ତି ମଧ୍ୟ ।ଏହି ସବୁ ଆଲୋଚନା ମଧ୍ୟରେ ବଦ୍ରୀଙ୍କ ନିଜ ଦଳ ନେତାଙ୍କୁ ଆଜିର ତାତ୍ସଲ୍ୟ ନୂଆ ଏକ ଚର୍ଚ୍ଚାର ସୃଷ୍ଟି କରିଛି ।

ତେବେ ଏହା ପୂର୍ବରୁ ମଧ୍ୟ ବଦ୍ରୀପାତ୍ର ଦଳ ଓ ଦଳ ପତିଙ୍କ ବିରୋଧରେ ମୁହଁ ଖୋଲିସାରିଛନ୍ତି । ଅମର ଦଳର ପରାଜୟ ପାଇଁ ଦଳପତିଙ୍କୁ ଦାୟୀ କରିବା ସହ ସେ କେବେ ପାଣ୍ଡିଆନଙ୍କୁ ଦଳର ନେତା ମାନି ନ ଥିବା କହିବାରୁ ଦଳରୁ ବାହାରି ଯିବାକୁ ଦଳର ମୁଖପାତ୍ର ଲେନିନ ମହାନ୍ତି, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ପ୍ରମୁଖ କହିବା ପରେ ମୁହଁ ଖୋଲିଥିଲେ ବଦ୍ରୀ । ପରାଜୟ ପାଇଁ ନିର୍ବାଚନ ପରିଚାଳନାକୁ ଦାୟୀ କରି ପରୋକ୍ଷରେ ପାଣ୍ଡିଆନଙ୍କୁ ଦାୟୀ କରିସାରିଛନ୍ତି ।