ମୁମ୍ବାଇ: ଶ୍ୱେତା ତିୱାରୀ, ହିନ୍ଦୀ ମନୋରଞ୍ଜନ ଜଗତର ଏକ ଜଣାଶୁଣା ଚେହେରା । ନିଜ କାମ ହେଉ ଅବା ପର୍ସନାଲ ଲାଇଫ୍ ସବୁବେଳେ ସେ ଲାଇମଲାଇଟରେ ରୁହନ୍ତି । ଏବେ ପୁଣିଥରେ ଶ୍ୱେତା ପର୍ସନାଲ ଲାଇଫ୍ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି । ସୋସିଆଲ ମିଡିଆର ପ୍ରତ୍ୟେକଟି ପ୍ଲାଟଫର୍ମରେ ତାଙ୍କ ମ୍ୟାରେଜ କଥା । ତୃତୀୟ ଥର ଲାଗି ବିବାହକୁ ନେଇ ବହୁତ ଗୁଡ଼ିଏ ଫଟୋ, ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖେଳିଯାଇଛି । ନିକଟରେ ଶ୍ୱେତା ବିବାହ କରିବା ନେଇ ଖବର ଆସୁଛି । ତା’ ପୁଣି ତାଙ୍କ ଅନସ୍କ୍ରିନ୍ ପୁଅ ବିଶାଲ ଆଦିତ୍ୟ ସିଂହଙ୍କୁ ନେଇ ।
କିନ୍ତୁ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ । ବିଶାଲ ଓ ଶ୍ୱେତାଙ୍କ ଫଟୋକୁ ଏଡିଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଶ୍ୱରା ଭାସ୍କର ଏବଂ ଫହଦ ଅହମଦଙ୍କ କୋର୍ଟ ମ୍ୟାରେଜର ଫଟୋକୁ ଏଡିଟ୍ କରି ଶ୍ୱରାଙ୍କ ମୁହଁରେ ଶ୍ୱେତା ଓ ଫହତଙ୍କ ସ୍ଥାନରେ ବିଶାଲଙ୍କ ଫଟୋ ଲାଗାଯାଇଛି । ଏ ସମ୍ପର୍କରେ ଶ୍ୱେତା କିମ୍ବା ବିଶାଲଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିିଳିପାରି ନାହିଁ ।
ସିରିଏଲ୍ କସୌଟି ଜିନେ୍ଦଗିକୀରେ ଶ୍ୱେତା ମା’ ଭୂମିକାରେ ନଜରକୁ ଆସିଥିବାବେଳେ ତାଙ୍କ ପୁଅ ଚରିତ୍ର ତୁଲାଇଥିଲେ ବିଶାଲ । ଶ୍ୱେତା ପ୍ରଥମେ ଭେରାଜପୁରୀ ଫିଲ୍ମ ଅଭିନେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ । ସେମାନଙ୍କ ଗୋଟିଏ ଝିଅ ଅଛନ୍ତି. ସେ ହେଲେ ପଲକ ତିୱାରୀ । ୨୦୦୭ରେ ଶ୍ୱେତା ଓ ରାଜା ପରସ୍ପରଠାରୁ ଅଲଗା ହୋଇଥିଲେ । ଏହାପରେ ଶ୍ୱେତା ୨୦୧୩ରେ ଅଭିନବ କୋହଲିଙ୍କୁ ବାହାହେଲେ । ଦୁହିଁଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ପୁଣି ୨୦୧୯ରେ ଶ୍ୱେତା ଓ ଅଭିନବଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ଏହାପରଠାରୁ ଶ୍ୱେତା କାହାରିକୁ ଆଉ ପବ୍ଲିକାଲି ଡେଟ୍ କରି ନାହନାନ୍ତି ।