’ବିଫଳତା ଏକ ପାୱାରଫୁଲ୍ ଟିଚର’ ଲଗାତର ଫିଲ୍ମ କରିବାକୁ ଚାହୁଁ ନାହାନ୍ତି ଅଭିନେତ୍ରୀ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର କିଛିଦିନ ହେବ ସିନେ ଜଗତରେ ସେତେ ଆକ୍ଟିଭ ନାହାନ୍ତି । ତା’ ପଛର କାରଣ ସମ୍ପର୍କରେ ନିଜେ ଖୁଲାସା କରିଛନ୍ତି ଶ୍ରଦ୍ଧା । ସେ ଏବେ ଲଗାତର ଫିଲ୍ମ କରିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । କାରଣ ଗତକିଛିଦିନ ହେବ ତାଙ୍କୁ ବହୁ ଫିଲ୍ମରେ ରିପ୍ଲେସ୍ କରାଯାଇଛି । ଏକାଧିକ ଫିଲ୍ମ ପାଇଁ ସେ ଅଡିଶନ ଦେବା ସହ ଫାଇନାଲ ମଧ୍ୟ ହୋଇଥିଲେ । କିନ୍ତୁ ସେଗୁଡ଼ିକରୁ ତାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଅନ୍ୟ ନାୟିକାଙ୍କୁ ସୁଯୋଗ ମିଳିଛି । ବାରମ୍ବାର ରିପ୍ଲେସ ହେବା ପରେ ସେ ଭାଙ୍ଗି ପଡ଼ିଥିଲେ । ଆଉ ଯାହାପାଇଁ ସେ ଏବେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ କରିବାକୁ ଚାହୁଁ ନ ଥିବା କହିଛନ୍ତି ।

ଏହାଛଡ଼ା ଫିଲ୍ମ ବାଛିବା ପାଇଁ ମଧ୍ୟ ସେ ଆଉ ତରବର ହେଉ ନାହନ୍ତି । ଏବେ ତାଙ୍କ ମନ ମୁତାବକ ଫିଲ୍ମ ମିଳିଲେ ଯାଇ ସେ କାମ ଆରମ୍ଭ କରିବେ ବୋଲି ପ୍ରତିକ୍ରୟାରେ କହିଛନ୍ତି । ତାଙ୍କ ମତରେ ବିଫଳତା ଏକ ପାୱାରଫୁଲ୍ ଟିଚର । ଶେଷଥର ପାଇଁ ଶ୍ରଦ୍ଧାଙ୍କୁ ‘ସ୍ତ୍ରୀ୨’ରେ ଦେଖିବାକୁ ମିଳିଥିଲେ । ଫିଲ୍ମଟି ବକ୍ସଅଫିସରେ ହିଟ୍ ମଧ୍ୟ ହୋଇଥିଲା । ସୂଚନା ଯୋଗ୍ୟ ଆଗାମୀ ବଲିଉଡ୍ ଫିଲ୍ମ ୱାର-୨ରେ ହ୍ରିତିକ ରୋଶନ, ଜୁନିଅର ଏନଟିଆରଙ୍କ ସହ ଶ୍ରଦ୍ଧା ଆଇଟମ୍ ଡ୍ୟାନ୍ସ କରୁଥିବାର ନଜରକୁ ଆସିବେ ।