AUS vs IND 1st Test; ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ: ମାତ୍ର ୧୫୦ ରନରେ ଅଲଆଉଟ ହେଲା ବୁମରାହ ବାହିନୀ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ ନିରାଶଜନକ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ଖତରନାକ ବୋଲିଂ ୟୁନିଟ ଆଗରେ ହାର୍ ମାନିଛି ଭାରତ । ଅଷ୍ଟ୍ରେଲିଆର ପେସ୍ ଆଟାକକୁ ସାମନା କରିବାରେ ଫେଲ ହୋଇଛି ବୁମରାହ ବାହିନୀ । ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ମାତ୍ର ୨ଟି ସେସନ୍ ଖେଳିବାରେ ସମର୍ତ ହୋଇଛି । ନୀତିଶ ରେଡ୍ଡୀ ଏବଂ ଋଷଭ ପନ୍ତଙ୍କ ବ୍ୟାଟିଂ ବଳରେ ଭାରତ ୧୫୦ ରନ୍ ପୂରଣ କରିବାରେ ସଫଳ ହୋଇଛି । ମାତ୍ର ୧୫୦ ରନ୍ କରି ଦଳ ଅଲଆଉଟ ହେବା ପରେ ମ୍ୟାଚ୍ ଜିତିବାର ଆଶା ବି ଧିରେ ଧିରେ ମଉଳିଯାଉଛି । ଜୋସ ହାଜେଲଉଡ, ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡରକୁ ଧୂଳିସାତ୍ କରିଦେଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତର ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଛି । କଙ୍ଗାରୁ ଦଳର ଖତରନାକ ପେସ୍ ଆଟାକ ଟିମ ଇଣ୍ଡିଆକୁ ମାତ୍ର ୧୫୦ ରନରେ ଅଲଆଉଟ କରିବାରେ ସଫଳ ହୋଇଛି । ତେବେ ଦ୍ୱିତୀୟ ସେସନରେ ହିଁ ଭାରତକୁ ଅଲଆଉଟ କରିବା ପରେ ଟିମ ଇଣ୍ଡିଆକୁ ବ୍ୟାକଫୁଟକୁ ଠେଲି ଦେଇଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ଡେବ୍ୟୁଟାଣ୍ଟ ଖେଳାଳି ଥଥା ଷ୍ଟାର ଅଲରାଉଣ୍ଡର ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ୍ କରିଛନ୍ତି । ଏହାବ୍ୟତୀତ ୱିକେଟ କିପର ଋଷଭ ପନ୍ତ ୩୭ ରନ୍ କରିଥିବା ବେଳେ କେ.ଏଲ ରାହୁଲ ୨୬ ରନ୍ କରି ଆଉଟ ହୋଇଛନ୍ତି ।

ତେବେ ଷ୍ଟାର କ୍ରିକେଟର ବିରାଟ କୋହଲି, ଯଶସ୍ୱୀ ଜଏସ୍ୱାଲ ଏବଂ ଦେବଦତ୍ତ ପାଡିକ୍କଲ ପୁଣିଥରେ ନିରାଶ କରିଛନ୍ତି । ବିରାଟଙ୍କ ଉପରେ ଅନେକ ଆଶା ଥିବା ବେଳେ ୫ ରନ୍ ରେ ସେ ପାଭିଲିୟନ ଫେରିଥିବା ବେଳେ ଯଶସ୍ୱୀ ଏବଂ ଦେବଦତ୍ତ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଏହାପରେ ଧ୍ରୁବ ଜୁରେଲ, ୱାଶିଂଟନ୍ ସୁନ୍ଦର ମଧ୍ୟ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି ।

ଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର ପେସ୍ ବୋଲର ଜୋସ ହାଜେଲଉଡ ସର୍ବାଧିକ ୪ଟି ସଫଳତା ହାସଲ କରିଛନ୍ତି । ଏହାବ୍ୟତୀତ ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଏବଂ ମିଚେଲ ମାର୍ଶ ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି । ବର୍ତ୍ତମାନ ଭାରତୀୟ ବୋଲରଙ୍କ ଉପରେ ଭରସା ରଖି କେଳୁଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ମଧ୍ୟ ଏକ କମ୍ ରନରେ ଆଉଟ କରିବା ସହ ବିଜୟ ଆଶା ବଞ୍ଚାଇ ରକିବାକୁ ଉଦ୍ୟମ କରିବ ବୋଲି ଆଶା ରଖିଛି ଟିମ ଇଣ୍ଡିଆ ।