କଟକ: ଆଜିକାଲି ସମସ୍ତେ ବ୍ୟାଟେରୀ ଗାଡ଼ି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଲୋକମାନଙ୍କ ମାନସିକତାରେ ଆସିଲାଣି ଯେ, ଆମେ ପେଟ୍ରୋଲ ବଦଳରେ ଚଳାଇବୁ ବ୍ୟାଟେରୀ ଗାଡ଼ି । ହେଲେ ବର୍ତ୍ତମାନ ଏହି ବ୍ୟାଟେରୀ ଗାଡ଼ିରେ ନିଆଁ ଲାଗିବା ଘଟଣା ପରେ ଏହା କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି ।
ସୂଚନା ଅନୁଯାୟୀ, ଏହି ବ୍ୟାଟେରୀ ଗାଡ଼ିରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଯାଇଥିବା ଜଣାପଡିଛି । ଏହି ଗାଡ଼ିର ମୂଲ୍ୟ ପାଖାପାଖି ଏକ ଲକ୍ଷ ଟଙ୍କା ରହିଥିବ ବୋଲି ଲାଗୁଛି । ହେଲେ ଏହି ବ୍ୟାଟେରୀ ଗାଡ଼ି କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି । ଏହି ଗାଡ଼ି ଚାଳକ ଜଣକ ତ୍ରିଶୁଳିଆରୁ କଟକ ଆଡକୁ ଯାଉଥିଲେ । ତ୍ରିଶୁଳିଆ ବ୍ରିଜ ଆରମ୍ଭର ମାତ୍ର ୧୦୦ମିଟର ଦୂରରେ ଏଭଳି ଅଘଟଣ ଘଟିଛି ଏବଂ ଏହି ଗାଡ଼ିଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି । ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ଯେ, ଏହି ବ୍ୟାଟେରୀ ଗାଡ଼ି କେତେ ସୁରକ୍ଷିତ ।