ଓଡ଼ିଶାରେ ବାଂଲାଦେଶୀ ଯୁବତୀଙ୍କ ଦୁଃଖ! ଚାକିରି ବାହାନାରେ ଯୁବତୀଙ୍କୁ ଡାକିଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି, ପୁଳାପୁଳା ଟଙ୍କା ଉପାର୍ଜନ କରୁଛନ୍ତି ଦଲାଲ୍…

କଟକ: ବାଂଲାଦେଶରୁ ଓଡ଼ିଶାକୁ ହେଉଛି ଯୁବତୀ ଚାଲାଣ । ପଲଙ୍କ ସେବାରେ ଏହି ଯୁବତୀମାନଙ୍କୁ ନିୟୋଜିତ କରାଯାଉଛି । ଏମିତି କିଛି ଖବର ଆସି ପହଞ୍ଚିଛି ଟୁଇନ୍ ସିଟିରୁ । ପଡୋଶୀ ଦେଶ ବାଂଲାଦେଶରୁ ଯୁବତୀ ଚାଲାଣ ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି । କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ପରେ ଏ ପ୍ରକାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଘଟଣାର ତଦନ୍ତ କରୁଥିବା କମିଶନରେଟ ପୋଲିସ ୫ ଦଲାଲଙ୍କ ନାଁରେ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ ନାବାଳିକାଙ୍କୁ ଭାରତରେ ଚାକିରି ଦେବାର ଲୋଭ ଦେଖାଇ ଦୁଇଜଣ ଦଲାଲ ନାବାଳିକାଙ୍କୁ ପ୍ରଥମେ ପଶ୍ଚିମବଙ୍ଗ ଆଣିଥିଲେ । କୋଲକାତା ସୀମାକୁ ଳାଗିଥିବା ଗଳାବାଟ ଦେଇ ଯୁବତୀ ଭାରତରେ ପହଞ୍ଚିବା ପରେ ଦଲାଲ ତାଙ୍କୁ ଚାକିରି ଦେବାକୁ କହି ଦେହ ବ୍ୟବସାୟରେ ନିୟୋଚିତ କରିଛିଥିଲେ । ସେଠାରୁ ଅନ୍ୟଜଣେ ଦଲାଲ ଉକ୍ତ ନାବାଳିକାଙ୍କୁ ଭୁବନେଶ୍ୱର ଆଣି ଗଣିକା କାର୍ଯ୍ୟରେ ଲଗାଇଥିଲେ । ତାଙ୍କ ପାଖକୁ ଆସୁଥିବା ବ୍ୟକ୍ତି ଦଲାଲଙ୍କୁ ଦେଢ ହଜାରରୁ ୨ ହଜାର ଟଙ୍କା ଦେଉଥିଲେ । ସେହିପରି ଗୋଟିଏ ଦିନରେ ୧୦ରୁ ୧୫ ଗ୍ରାହକ ତାଙ୍କ ପାଖକୁ ଆସିଥିଲେ । ଉଦ୍ଧାର ହୋଇଥିବା ବାଂଳାଦେଶ ରାଜଧାନୀ ଢାକାର ନାବାଳିକାଙ୍କୁ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରାଯାଉଥିବା ସେ କହିଛନ୍ତି । ଜଣେ ଦଲାଲ ପୀଡ଼ିତାଙ୍କୁ ଭୁବନେଶ୍ୱରରୁ ଗୋପାଳପୁର ଆଣିଥିଲା । ଗତ ୯ ତାରିଖରେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା । ସିଡବ୍ଲୁ୍ୟସିରେ ପୀଡ଼ିତାଙ୍କୁ ହାଜର କରି ବସୁନ୍ଧରା ଆଶ୍ରକରେ ତାଙ୍କୁ ରଖାଯାଇଥିଲା । ୨୩ ତାରିଖରେ ଏ ସମ୍ପର୍କୀତ ଖବର ପ୍ରକାଶ ପାଇବା ପରେ ପୋଲିସ ଓ ପ୍ରଶାସନିକ ବିଭାଗ ଘଟରାକୁ ଗୁରୁତ୍ୱର ସହ ନେଇ ଛାନଭିନ ଆରମ୍ଭ କରିଥିଲା । ଘଟଣାର ରିପୋର୍ଟ ହସ୍ତଗତ ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ ବାଂଲାଦେଶ ରାଷ୍ଟ୍ରଦୂତଙ୍କ ସହ ଏ ନେଇ ଆଲୋଚନା କରାଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତତ୍ରୟ ଭାଉସାହେବ ସିନେ୍ଦ କହିଛନ୍ତି । ଏାକଧିକ ଯୁବତୀ ବାଂଲାଦେଶରୁ ଓଡ଼ିଶା ଆସି ଫସି ରହିଥିବା ପୀଡ଼ିତା ନିଜ କାଉନ୍ସେଲିଂ ବେଳେ କହିଛନ୍ତି । ସେମାନଙ୍କୁ ମଧ୍ୟ ଚାକିରିର ହାୱା ଦେଇ ଫସାଯାଇଥିବା ସନେ୍ଦହ କରାଯାଉଛି ।