ଏସବିଆଇ ଅମୃତ କଳସ ସ୍କିମର ବଢିଲା ଅବଧି, ପବଲିକ ଡିମାଣ୍ଡକୁ ଦେଖି ୬ଷ୍ଠ ଥର ପାଇଁ ଡେଡଲାଇନରେ ପରିବର୍ତ୍ତନ

ଓଡିଶା ଭାସ୍କର- ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ଆଣିଛି ଫିକ୍ସ ଡିପୋଜିଟରେ ଦମଦାର ପ୍ଲାନ । ମାତ୍ର ୪୦୦ ଦିନର ଏଫଡିରେ ନିବେଶ ପରେ ମିଳୁଛି ଗ୍ୟାରେଣ୍ଟିଡ ଇନକମ । ଯଦି ଆପଣ ନିକଟ ଭବିଷ୍ୟତରେ ସର୍ଟ ଟର୍ମ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି ଏହି ପ୍ଲାନରେ ପାଇବେ ବମ୍ପର ଲାଭ । ତେଣୁ ଥରେ ଏହି ଖବର ପଢିନିଅନ୍ତୁ ।

ଏସବିଆଇ ଆଣିଛି ୪୦୦ ଦିନର ବିଶେଷ ଏଫଡି ସ୍କିମ ଅଫର, ଏଥିରେ ଗ୍ରାହକଙ୍କୁ ସର୍ବାଧିକ ୭.୬୦ ପ୍ରତିଶତ ଯାଏଁ ସୁଧ ମିଳୁଛି । ଏହି ସ୍କିମର ନାମ ଏସବିଆଇ ଅମ୍ରିତ କଳସ । ଏହି ସ୍କିମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହି ସ୍କିମର ଡେଡଲାଇନକୁ ୩୧ ମାର୍ଚ୍ଚ ୨୦୨୫ ଯାଏଁ ବଢାଇ ଦେଇଛି । ଅମୃତ କଳସ ସ୍କିମ ପ୍ରଥମ ଥର ପାଇଁ ୨୦୨୩ ଏପ୍ରିଲ ୧୨ରେ ଆରମ୍ଭ ହୋଇଥିଲା । ଏହାର ଡେଡଲାଇନ ଥିଲା ଜୁନ ୩୦ ୨୦୨୩ । ହେଲେ ଲୋକଙ୍କ ଡିମାଣ୍ଡକୁ ଦେଖି ଏହାକୁ ୨୦୨୩ ଡିସେମ୍ବର ୩୧ କରାଯାଇଥିଲା ।

ପୁଣି ଥରେ ବ୍ୟାଙ୍କ ଏହି ଡେଡଲାଇନକୁ ବଢାଇଥିଲା ୩୧ ମାର୍ଚ୍ଚ ୨୦୨୪କୁ । ଲୋକଙ୍କ ଦ୍ୱାରା ଏହି ସ୍କିମର ଡିମାଣ୍ଡକୁ ଦେଖି ବାରମ୍ବାର ବ୍ୟାଙ୍କ ସ୍କିମର ଡେଡ ଲାଇନ ବଢାଇ ଚାଲିଛି । ସେପ୍ଟେମ୍ବର ୨୦୨୪କୁ ଥିବା ଏହି ଡେଡଲାଇନକୁ ବଢାଇ ୨୦୨୫ ମାର୍ଚ୍ଚ ୩୧ କରାଯାଇଛି । ଏହି ସ୍କିମରେ ୪୦୦ ଦିନର ସ୍ପେସାଲ ଏଫଡି ସ୍କିମ ରହିଛି, ଯେଉଁଥିରେ ନିବେଶ କରିବା ଦ୍ୱାରା ଗ୍ରାହକଙ୍କୁ ସର୍ବାଧିକ ୭.୧୦ ପ୍ରତିଶତ ସୁଧ ମିଳୁଛି ।
ଅନ୍ୟପଟେ ବରିଷ୍ଠ ନାଗରିକଙ୍କୁ ଏହି ସ୍କିମରେ ୫୦ ବେସିସ ପଏଣ୍ଟ ଅଧିକ ଅର୍ଥାତ୍ ୭.୬୦ ପ୍ରତିଶତ ସୁଧ ମିଳୁଛି । ଏହି ସ୍କିମରେ ଜଣେ ବ୍ୟକ୍ତି ସର୍ବାଧିକ ୨ କୋଟି ପର୍ଯ୍ୟନ୍ତ ନିବେଶ କରିପାରିବେ ।