ନୂଆଦିଲ୍ଲୀ: ଆଇପିଏଲ-୨୦୨୫ରେ ଇତିହାସ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶ୍ରେୟସ ଆୟର । ମେଗା ଅକ୍ସନରେ ଆଇପିଏଲ-୨୦୨୪ର ଚମ୍ପିଆନ୍ ଅଧିନାୟକଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ଚଳିତବର୍ଷ ପର୍ଯ୍ୟନ୍ତ ମିଚେଲ ଷ୍ଟାର୍କ(୨୫ କୋଟି) ସବୁଠାରୁ ମହଙ୍ଗା ଖେଳାଳି ଥିବା ବେଳେ ଆଜି ଏହି ରେକର୍ଡକୁ ପଛରେ ପକାଇଛନ୍ତି ଶ୍ରେୟସ । ଆସନ୍ତା ସିଜନ ପାଇଁ ୨୬.୭୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି ଚମ୍ପିଆନ୍ ଅଧିନାୟକ ଶ୍ରେୟସ ଆୟର । ଏଥିସହିତ ଆସନ୍ତା ସିଜନ ପାଇଁ ଶ୍ରେୟସ ଆୟର ପଞ୍ଜାବ କିଙ୍ଗସ ଦଳ ତରଫରୁ ଖେଳିବ ବୋଲି ସ୍ପଷ୍ଟ ହୋଇ ଯାଇଛି ।