ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର କେ.ଏଲ ରାହୁଲଙ୍କୁ ମିଳିଛି ଆଉ ଏକ ନୂଆ ଦଳ । ଲକ୍ଷେ୍ନø ସୁପର ଜିଆଣ୍ଟସରୁ ରିଲିଜ ହେବା ପରେ ରାହୁଲ ନୂଆ ଦଳରେ ସାମିଲ ହୋଇଛନ୍ତି । ଆଇପିଏଲ-୨୦୨୫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି କେ.ଏଲ ରାହୁଲ । ଏହାସହିତ ଋଷଙ୍କ ସ୍ଥାନରେ କେ.ଏଲ ରାହୁଲଙ୍କୁ ପାଇଛି ଦିଲ୍ଲୀ । ଆସନ୍ତା ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ଭାବରେ ମଇଦାନକୁ ଓହ୍ଲାଇପାରନ୍ତି ରାହୁଲ । ଆଇପିଏଲ-୨୦୨୫ ପୂର୍ବରୁ ଋଷଭଙ୍କୁ ରିଲିଜ କରିବା ପରେ ଦିଲ୍ଲୀକୁ ଜଣେ ଅଧିନାୟକଙ୍କ ସନ୍ଧାନ ରହିଥିଲା । ତେବେ ମେଗା ଅକ୍ସନରେ ଋଷଭ ପନ୍ତ ଏବଂ ଶ୍ରେୟସ ଆୟରଙ୍କ ନିଲାମୀ ପରେ କେ.ଏଲ ରାହୁଲଙ୍କୁ ଦଳରେ ସାମିଲ କରିଛି ଦିଲ୍ଲୀ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସକୁ ନିଲାମୀରେ ପଛରେ ପକାଇ ୧୪ କୋଟି ଟଙ୍କାରେ ରାହୁଲଙ୍କୁ ଦିଲ୍ଲୀ ନିଜର କରିଛି । ଆଇପିଏଲ-୨୦୨୫ରେ ଋଷଭଙ୍କ ସ୍ଥାନରେ ରାହୁଲ ଦଳର ଅଧିନାୟକ ଦାୟିତ୍ୱ ତୁଲାଇପାରନ୍ତି ।
Rahul ka naam bhi suna hai aur khel bhi dekha hai 😎
Welcome to Dilli, KL RAHUL 🙌
— Delhi Capitals (@DelhiCapitals) November 24, 2024