ଭୁବନେଶ୍ୱର- ପ୍ରଦୂଷଣକୁ ନେଇ ରାଗିଲେ ମନ୍ତ୍ରୀ । ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରଦୂଷଣ କଳ, କାରଖାନାର ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତାକୁ ନେଇ ବର୍ଷିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦେଇଛନ୍ତି ମାସେ ସମୟ । ଏହି ସମୟ ଭିତରେ କାର୍ଯ୍ୟାନୁଷ୍ଠାନ ନ ହେଲେ ନିଆଯିବ ପଦକ୍ଷେପ ବୋଲି କହିବା ସହ ଅଧିକାରୀଙ୍କ ପାରିଲା ପଣିଆ ଉପରେ ଆକ୍ଷେପ କରିଛନ୍ତି ।
ଆଜି ମନ୍ତ୍ରୀ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତାକୁ ନେଇ ବର୍ଷିଛନ୍ତି । ଏହି ପ୍ରସଙ୍ଗରେ ଅଧିକାରୀଙ୍କୁ କରିଛନ୍ତି କଟାକ୍ଷ । ଏସି ରୁମରେ ବସି ଯନ୍ତ୍ରୀ, ସଚିବ, ଅଧିକାରୀ ଯୋଜନା କରୁଛନ୍ତି, ତୃଣମୂଳରେ ଏହାର କାର୍ଯ୍ୟକାରିତାର ତଦାରଖ କରୁନାହାନ୍ତି । ତେଣୁ ଯୋଜନାର ସୁଫଳ ମିଳୁନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଖୁଣ୍ଟିଆ ।
ଏଥିସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଖଣି ମାଲିକ, ସରକାରୀ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି । ସେ କହିଛନ୍ତି, ମାସ ସମୟ ଦିଆଗଲା ନିୟମ ପାଳନ କରିବାକୁ । ନିୟମ ପାଳନ ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଆଗକୁ କହିଛନ୍ତି ଅଧିକାରୀ, ଯନ୍ତ୍ରୀମାନେ ଏସି ରୁମରେ ବସି କାର୍ଯ୍ୟଖସଡା ପ୍ରସ୍ତୁତ କରୁଛନ୍ତି । ନା ନିୟମ ପାଳନ ଉପରେ ଫୋକସ କରୁଛନ୍ତି ନାହିଁ ରାଜ୍ୟ ଖଣି ପାଣ୍ଠିର ବିନିଯୋଗ କରୁଛନ୍ତି । ଡିଏମଏପରେ ୧୮ ହଜାର ଖର୍ଚ୍ଚ ନ ହେଇ ପଡି ରହିଛି ।
ଯୋଡା ଓ ବଡବିଲରେ ୧୪୧ ଖଣି ତଥା ୬୦ରୁ ଅଧିକ ଶିଳ୍ପ ଅଛି । କିନ୍ତୁ କେହି ପ୍ରଦୂଷଣ ନିୟନ୍ତ୍ରଣ ଉପରେ କାମ କରୁନାହାନ୍ତି କି ଅଧିକାରୀ ତାର ତଦାରଖ କରୁ ନାହାନ୍ତି । ଫଳରେ ଲୋକେ ଧୂଳି, ଧୁଆଁରେ ଛଟପଟ ହେଉଛନ୍ତି କହିବା ସହ ନିଜ ଅସନ୍ତୋଷ ଝାଡିଛନ୍ତି । ତେବେ ମନ୍ତ୍ରୀ ଦେଇଥିବା କଣ୍ଟ ଭିତରେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କଳକାରଖାନା ତଥା ଅଧିକାରୀ କଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।