ଭୁବନେଶ୍ୱର : ନଭେମ୍ବର ୨୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜି କନଫରେନ୍ସକୁ ଆସି ପ୍ରଧାନମନ୍ତ୍ରୀ ୩ ଦିନ ଓଡ଼ିଶାରେ ରହିବେ । ଏ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ୨୯ରେ ଓଡ଼ିଶାରେ ପହଞ୍ଚି ୩୦ ଓ ୧ ତାରିଖରେ କନଫରେନ୍ସରେ ଯୋଗଦେବେ । ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ରବିବାର ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ଭାଜପା ଦଳ ସଭାପତି ମନମୋହନ ସାମଲ । ସେ କହିଥିଲେ ଯେ, ଆସନ୍ତା ୨ ମାସ ଭିତରେ ପ୍ରଧାନମନ୍ତ୍ରୀ ୩ ଥର ଓଡ଼ିଶା ଗସ୍ତ କରିବେ । ସରକାରଙ୍କ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ରହଣୀ କାର୍ଯ୍ୟକ୍ରମ ଥିବା ସେ ଗଣମାଧ୍ୟମକୁ ଜଣାଇଥିଲେ ।