ନୂଆଦିଲ୍ଲୀ: ରଣଜୀ ମ୍ୟାଚ୍ ରେ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ୍ ନେବାର ରେକର୍ଡ ରଖୁଥିବା ଅଂଶୁଲ କାମ୍ବୋଜ ଆଇପିଏଲ୍ ନିଲାମରେ ବେସ୍ ପ୍ରାଇସ୍ ଠାରୁ ୧୧ ଗୁଣା ଅଧିକ ଟଙ୍କା ପାଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ କେରଳ ବିପକ୍ଷ ରଣଜୀ ମ୍ୟାଚ୍ ରେ ହରିୟାଣା ପକ୍ଷରୁ ଖେଳୁଥିବା ବେଳେ ଅଂଶୁଲ କାମ୍ବୋଜ ଗୋଟିଏ ଇନିଂସରେ ସମସ୍ତ ୧୦ୱିକେଟ୍ ନେଇଥିଲେ ।
ଅଂଶୁଲ କାମ୍ବୋଜର ବେସ୍ ପ୍ରାଇସ୍ ଥିଲା ୩୦ ଲକ୍ଷ ଟଙ୍କା, ତାଙ୍କୁ କିଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଚେନ୍ନାଇ ସୁପର କିଙ୍ଗସ୍ ଅଂଶୁଲ କାମ୍ବୋଜଙ୍କୁ ତାଙ୍କ ବେସ୍ ପ୍ରାଇସ୍ ର ୧୧ ଗୁଣା ମୂଲ୍ୟରେ ୩.୪ କୋଟି ଟଙ୍କାରେ କିଣିଥିଲା । ଏହା ପୂର୍ବରୁ ଆଫଗାନିସ୍ତାନର ଅଫ୍ ସ୍ପିନ୍ ବୋଲର ଆଲ୍ଲା ଗଜାନଫର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ କିଣି ଚର୍ଚ୍ଚାକୁ ଆସିଥିଲେ ।
ଗଜାନଫରର ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା ଥିଲା, ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୮୦ କୋଟି ଟଙ୍କାରେ କିଣିଥିଲା । ରବିବାର ନିଲାମର ପ୍ରଥମ ଦିନରେ ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପରଜାଇଣ୍ଟରେକର୍ଡ ୨୭ କୋଟି ଟଙ୍କାରେ କିଣିଥିଲା ।