ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା: ଏହି ତାରିଖରେ ମିଳିବ ଦ୍ବିତୀୟ କିସ୍ତି, ମାର୍ଚ୍ଚ 7 ତାରିଖ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ । ମାର୍ଚ୍ଚ 7 ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ ବୋଲି ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । 2025 ମସିହା ମାର୍ଚ୍ଚ 7 ତାରିଖ ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ ରହିଛି । ବର୍ତ୍ତମାନ ସୁଦ୍ଧା 80 ଲକ୍ଷ 46 ହିତାଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିସାରିଛି । 1 କୋଟି 46 ଲକ୍ଷ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ । ତେଣୁ ମାର୍ତ୍ତ 7 ତାରିଖ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଶେଷ ତାରିଖ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ତେବେ ହିତାଧିକାରୀଙ୍କୁ ମାର୍ଟ୍ଟ 8 ତାରିଖରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ । କିନ୍ତୁ ସମସ୍ତ ମହିଳାଙ୍କୁ ଏକାଥରେ ଟଙ୍କା ମିଳିବ ନାହିଁ । ପର୍ଯ୍ୟାୟ କ୍ରମେ ଟଙ୍କା ମିଳିବ । ତେବେ ଟଙ୍କାକୁ ନେଇ ବ୍ୟସ୍ତ କିମ୍ବା ବ୍ୟାଙ୍କ ଆଗରେ ଭିଡ ଲଗାନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି । କିନ୍ତୁ ଏଥିରୁ ଅନେକ ବାଦ ପଡିଛନ୍ତି । ତେବେ ଏହି ହିତାଧିକାରୀଙ୍କୁ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଭାତି ପରିଡା । ବ୍ୟାଙ୍କ ମିତ୍ର ଏନେଇ ତାଲିକା ପ୍ରସ୍ତୁତ କରିବେ ଏବଂ ମହିଳାଙ୍କ ନିକଟକୁ ଯାଇ ସମସ୍ୟା ଦୂର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।