ଲାଞ୍ଚ ନେବା ପଡ଼ିଲା ଭାରି ! ARTOଙ୍କ ଘରେ ଚଢ଼ାଉ, ୮୨ ହଜାର ଟଙ୍କା ଜବତ

ବ୍ରହ୍ମପୁର: ଟଙ୍କା ମାଗିବା ଅଭିଯୋଗରେ ARTO, ଜୁନିୟର MVI ଅଟକ । ଲାଞ୍ଚ କାରବାର ଅଭିଯୋଗରେ ୩ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗୋଳନ୍ଥରା ଗିରିସୋଲାଠାରେ ଏନଏଚ ୧୬ରେ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଥିଲା । ଲାଞ୍ଚରେ ୭ରୁ ୮ ହଜାର ଦାବି କରୁଥିବା ଜଣାପଡ଼ିଛି । ARTOଙ୍କ ଛତ୍ରପୁରସ୍ଥିତ ଘରେ ଚଢ଼ାଉ କରାଯାଇଛି । ଘର ଯାଞ୍ଚ କରି ୮୨ ହଜାର ଟଙ୍କା ଜବତ କରିଛି ଗୋଳନ୍ଥରା ପୋଲିସ । ଘଟଣା ସମ୍ପର୍କରେ ଅଧିକ ଯାଞ୍ଚ ଚଳାଇଛି ପୋଲିସ ।