ଓଡ଼ିଶା ଭାସ୍କର: ଖାଦ୍ୟ ପଦାର୍ଥ ଅନେକ ସମୟରେ ବିଭିନ୍ନ ପ୍ରକାରର ରଚନାତ୍ମକ ଘଟଣା ଦେଖିବାକୁ ମିଳୁଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏବଂ ନୂଆ ନୂଆ ଉପାୟ ଆପଣାଉଛନ୍ତି ହୋଟେଲ ମାଲିକ । କିନ୍ତୁ ପିଜା ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କୁ ଏବେ ଝଟକା ଲାଗିବ । ପିଜାରେ ଏମିତି ଏକ ଜିନିଷ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପରେ ପିଜା ଲଭର ହୁଏତ ପିଜାରୁ ଦୂରେଇ ଯିବାକୁ ଚିନ୍ତା କରିପାରନ୍ତି । ପିଜା ଉପରେ ଏକ ‘ଡିପ୍ ଫ୍ରାଇଡ ଫ୍ରଗ୍’ ଶୋଇଥିବାର ଦେଖାଯାଇଛି । ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ପିଜା ଉପରେ ବେଙ୍ଗ ଦେଖି ଅନେକ ଲୋକେ ଏବେ ବିଜାକୁ ଘୃଣା କରିବା ଆରମ୍ଭ କରିପାରନ୍ତି । କିନ୍ତୁ ପ୍ରକୃତ କଥା ତାହା ନୁହେଁ । ଚୀନର ‘ପିଜା ହଟ୍ ଚାଇନା’ ନାମକ ଏକ କମ୍ପାନୀ ନୂଆ ପ୍ରୟୋଗ କରିଛି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କମ୍ପାନୀର ଏକ ନୂଆ ଡିଜାଇନର ପିଜା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ସାଧାରଣ ପିଜାରେ ଏକ ଟ୍ୱିଷ୍ଟ ସହ ଲୋକଙ୍କୁ ପରସି ଦେଇଛି ପିଜା ହଟ୍ ଚାଇନା । ସୂଚନା ଥାଉ କି, ଲୋକପ୍ରିୟ ମୋବାଇଲ ଗେମ୍ ଡଙ୍ଗଅନ୍ ଆଣ୍ଡ ଫାଇଟର: ଅରିଜିନ୍ସ ସହ ପ୍ୟାଚ୍ ଅପ୍ କରି ଡିପ୍ ଫ୍ରାଇଡ ଫ୍ରଗ୍ ସହ ଏକ ଅସାଧାରଣ ପିଜା ପ୍ରସ୍ତୁତ କରାଯାଇଛି । ଏହାକୁ ‘ଗୋବଲିନ୍ ପିଜା’ ବୋଲି କୁହାଯାଇଛି । ସୋସିଆଲ ମିଡିଆରେ ଏହି ନୂଆ ଆଇଟମ୍ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକାଂଶ ଲୋକେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ।
କୁହାଯାଉଛି ଯେ, ଗୋବଲିନ୍ ପିଜାରେ ଏକ ବୁଲଫ୍ରଗକୁ ଡିପ୍-ଫ୍ରାଏ କରାଯାଏ ଏବଂ ସିଧାସଳଖ ପିଜା ଉପରେ ରଖି ଦିଆଯାଏ । ଏହାବ୍ୟତୀତ ପିଜାରେ ମସାଲାଦାର ମାଲା-ସ୍ୱାଦ ବେସ୍ ମଧ୍ୟ ରହିଥାଏ । ଏଥିରେ ପ୍ରଚୁର ଧଣିଆପତ୍ର ମଧ୍ୟ ପକାଯାଏ । ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ଲୁକ୍ ଏହି ଆଇଟମ୍ କୁ ସ୍ୱତନ୍ତ୍ର ଏବଂ ଭିନ୍ନ କରିଛି । ଚୀନର ବହୁ ବ୍ୟବହୃତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ୱେଚ୍ ଉପରେ ଏକ ପୋଷ୍ଟ ମାଧ୍ୟମରେ ନଭେମ୍ବର ୧୮ ରେ ପିଜା ହଟ୍ ଆନୁଷ୍ଠାନିକ ଭାବରେ “ଗୋବଲିନ୍ ପିଜା” ର ଶୁଭାରମ୍ଭ ଘୋଷଣା କରିଥିଲା। ଏହି ପିଜା ବର୍ତ୍ତମାନ କେବଳ ସିଲେକ୍ଟ ଆଉଟଲେଟ୍ ଗୁଡିକରେ ଉପଲବ୍ଧ ରହିଛି ।