ଭୁବନେଶ୍ୱର- ବାପାଙ୍କ ଠାରୁ ଭିନେ ହୋଇଛନ୍ତି, ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ । ତେବେ ମୋହନ ସରକାର ଆଣିଲେ ବଡ ଖବର । ଏହି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଲେ ପିଏମ ଆବାସରେ ବାପାଙ୍କଠାରୁ ଅଲଗା ହୋଇଥିବା ପୁଅଙ୍କୁ ମୋହନ ସରକାର ଯୋଗାଇଦେବେ ଘର । କେହି ରହିବେନି ବାସହିନ ।
ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଦଳୀୟ ଭିତ୍ତିରେ ଅନେକ ଥିଲାବାଲାଙ୍କୁ ଘର ଯୋଗା ଯାଇଥିଲା । ଏଥିସହ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ଦେଲେ ନାହିଁ । ଫଳରେ ୨୦୧୭-୧୮ ସେହି ତାଲିକା କେନ୍ଦ୍ର ପାଇନଥିଲା । ଏହି ତ୍ରୁଟିକୁ ସଂଶୋଧନ କରାଯିବ । ଶୀଘ୍ର ହିତାଧିକାରୀ ଚୟନ କରି ସରକାର ଘର ପାଇଁ କାର୍ଯ୍ୟାଦେଶ ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନା ମୁତାବକ ପିଏମ ଆବାସ ଯୋଜନାର ୪ର୍ଥତ ପର୍ଯ୍ୟାୟରେ ଆସୁଛି ଗରିବାଙ୍କ ପାଇଁ ଘର । ତେବେ ଏହି ପକ୍କା ଘର ଯୋଜନାରେ କରାଯାଇଛି କିଛି ପରିବର୍ତ୍ତନ । ଏହି ପରିବର୍ତ୍ତନରେ ବାପାଙ୍କ ଠାରି ଭିନେ ହୋଇଥିବା ପୁଅଙ୍କୁ ପିଏମ ଆବାସରେ ମିଳିବ ଖଣ୍ଡିଏ ପକ୍କା ଘର । ତେବେ ହିତାଧିକାରୀ ଚୟନ ପାଇଁ ୧୦ଟି କ୍ରାଇଟେରିଆ ରଖାଯାଇଛି । ଏଥିପାଇଁ କିଛି ମାସ ସମୟ ଲାଗିବ । ମୁଖ୍ୟତଃ ଯୋଗ୍ୟଙ୍କୁ ଚିହ୍ନଟ କରାଯିବ । ଏଥିରେ ଯେଉଁମାନଙ୍କ ଆୟ ମାସିକ ୧୦,୫୦୦ରୁ କମ ଥିବ ସେମାନେ ହିଁ ଏହି ଆବାସ ଯୋଜନାରେ ସାମିଲ ହେବେ । ଏଥିପାଇଁ ବିଭାଗର ଆପରେ ଆବେଦନ କରିପାରିବେ ।