ଭୁବନେଶ୍ୱର: ଚନ୍ଦକା ଗୋଡ଼ିବାରିସ୍ଥିତ ବାଲ୍ ହସ୍ତୀ ପାଠଶାଳାରେ ଆଉ ୨ ହାତୀଛୁଆ । ଭବାନୀପାଟଣାର ୪ ମାସର ରାଧିକା ଓ କେନ୍ଦୁଝରର ୩ ମାସର ଜଗୁ ପ୍ରଶିକ୍ଷଣ ନେବେ । ଏବେ ଗୋଡ଼ିବାରୀ ପାଠଶାଳାରେ ଟ୍ରେନିଂ ନେଉଛନ୍ତି ମୋଟ ୮ ହାତୀ । ମା’ହାତୀ ଚାଲିଯିବା ପରେ ବଣରେ ଏକୁଟିଆ ବୁଲୁଥିବା ଅବସ୍ଥାରେ ରାଧିକାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରବେଳେ ରାଧିକାର ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା । ଯେଉଁ କାରଣରୁ ତାକୁ ଅଲଗା ରଖାଯାଇ ତା’ର ଚିକିତ୍ସା କରାଯାଉଥିଲା ବୋଲି କହିଛନ୍ତି ଜିଲ୍ଲା ବନ ଅଧିକାରୀ ଶରତ କୁମାର ବେହେରା । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।