ଓଡିଶା ଭାସ୍କର- ପ୍ରତ୍ୟେକ ମହିଳାଙ୍କୁ ସବୁ ବେଳେ ସୁନ୍ଦର ଓ ଯୁବାବସ୍ଥାରେ ରହିବା ପସନ୍ଦ । କିନ୍ତୁ ଏକ ବୟସ ପରେ ସ୍କିନର ଚମକ ହ୍ରାସପାଇବା ଆରମ୍ଭ କରେ । ଏକ ନିର୍ଦ୍ଧିଷ୍ଟ ସମୟ ପରେ ତ୍ବଚାରେ କୁଞ୍ଚନ ଦେଖାଦିଏ । ଫାଇନ ଲାଇନ୍ସ ମୁହଁକୁ ବିଗାଡି ଦିଏ । ଏସବୁକୁ ମେକପ ଦ୍ୱାରା ମଧ୍ୟ ଲୁଚେଇବା ସମ୍ଭବ ହୋଇନଥାଏ । ଏହି ସମସ୍ୟାକୁ ସମୟ ଥାଇ ଉପଚାର ଦ୍ୱାରା ଦୂର କରିବା ସମ୍ଭବ ।
ବିଶେଷକରି ୨୦ ବର୍ଷ ପରେ ସ୍କିନରେ ଡଲନେସ ଆସିଯାଏ । ସ୍କିନର ଇଲାଷ୍ଟିସିଟି ଓ ସପ୍ଟନେସ କମିବା ଆରମ୍ଭ କରେ । ତେବେ ତାହା ୩୦-୩୫ ମଧ୍ୟରେ ସେତେଟା ଦୃଷ୍ଟି ଗୋଚର ହୋଇନଥାଏ । କିନ୍ତି ଏହି ବୟସ ପରେ ତାହା ଖୋଲା ଆଖିରେ ଦିଶିବାକୁ ଲାଗେ । ୨୫ ବର୍ଷ ପରେ କଲେଜନ ଓ ଇଲାଷ୍ଟିନର ପ୍ରଡକ୍ସନ କମାବା ଆରମ୍ଭ କରେ । ତେଣୁ ଏହି ବୟସରୁ ସ୍କିନ ରୁଟିନକୁ ଗ୍ରହଣ କରିବା ଜରୁରୀ । ଏଥିରେ ତ୍ୱଚାର କ୍ଲିଞ୍ଜିଂ ନିତାନ୍ତ ଜରୁରୀ । ଏଥିସହ ହାଇଡ୍ରେନିଟିଂ ଓ ମଇସ୍ଚରାଇଜିଂ ପେସୱାସର ବ୍ୟବହାର କରିବା ଜରୁରୀ ହୋଇଥାଏା ଫଳରେ ସ୍କିନ ଡ୍ରାଏ ହେବ ନାହିଁ । ଏହା ପରେ ମଇସ୍ଚରାଇଜ କରିବା ମଧ୍ୟ ଆବଶ୍ୟକ । ଆଉ ପ୍ରତି ଦିନ ରାତିରେ ଶୋଇବା ଆଗରୁ ମୁହଁକୁ ଫେସୱାସରେ ସଫା ମଧ୍ୟ କରିବା ଜରୁରୀ ।
ଏବେ ଶୀତ ହେଉ ବା ବର୍ଷା ସବୁ ସମୟରେ ସୂର୍ଯ୍ୟ କିରଣ ତୀବ୍ର ରହୁଛି । ତେଣୁ ସବୁଦିନ ସନସ୍କ୍ରିନ ଲୋସନ ଲଗାଇବାକୁ ଭୁଲିବେ ନାହିଁ । କାରଣ ସୂର୍ଯ୍ୟ କିରଣ ତ୍ୱଚାର ଚମକ ନଷ୍ଟ କରିଦିଏ । ଏହା ପ୍ରି ମାଚୁୟର ଏଜିଂକୁ ଏଡାଇବାରେ ସହାୟକ ହୋଇଥାଏ । ତେଣୁ ଦିନରେ ଦୁଇ-ତିନି ଘଣ୍ଟା ବ୍ୟବଧାନରେ ସନସ୍କ୍ରିନକୁ ଲଗାଇବା ନିହାତି ଦରକାର । ଏଥିସହ ଚର୍ମର ଇଲାଷ୍ଟିସିଟି ନଷ୍ଟକୁ ଏଡାଇବାକୁ ରେଟିନାଲକୁ ସାମିଲ କରନ୍ତୁ ରୁଟିନରେ । ଏହା କଲେଜନକୁ ବୁଷ୍ଟ କରିବାରେ ସାହାଯ୍ୟ କରେ । ଫାଇନ ଲାଇନ୍ସ ଓ ରିଙ୍କଲ ଆସିବାକୁ ଦିଏନାହିଁ ।