MV ଦେବୀର କ୍ରିଉ ମେମ୍ବରଙ୍କ ଆନ୍ଦୋଳନ, କୋକେନ ଜବତ ପରେ ରଖାଯାଇଥିଲା ଅଟକ

ଭୁବନେଶ୍ବର: ଏମଭି ଦେବୀର ଜାହାଜରେ କ୍ରିଉ ମେମ୍ବରମାନଙ୍କ ଆନ୍ଦଳୋନ ଦେଖାଯାଇଛି । କୋକେନ ଜବତ ପରେ ଜାବାଜକୁ ଅଟକ ରଖାଯାଇଥିବା ବେଳେ  ଏମଭି ଦେବୀର କ୍ରିଉ ମେମ୍ବରମାନେ ଆନ୍ଦୋଳନ କରିଛନ୍ତି । 21 ଜଣ କ୍ରିଉ ମେମ୍ବର ସକାଳୁ ଜାହାଜରେ ଆନ୍ଦୋଳନରେ ବସିଛନ୍ତି । ପ୍ରାୟ ବର୍ଷେ ହେବ ସେମାନେ ପାରାଦ୍ବୀପରେ ବନ୍ଦି ଜୀବନ କାଟୁଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମୁକ୍ତି ଦେବାପାଇଁ ଧାରଣା ଦିଆଯାଇଛି । ପ୍ରକାଶଥାଉକି 2023 ନଭେମ୍ବର 30 ତାରିଖରେ ଜାହାଜରୁ 220 କୋଟିର କୋକେନ ଜବତ ହୋଇଥିଲା । ସେବେଠାରୁ ପାରାଦ୍ବୀପ ବନ୍ଦରରେ ଅଟକି ରହିଛି ଜାହାଜ ।

କ୍ରିଉ ମେମ୍ବରମାନେ କୌଣସି କାର୍ଯ୍ୟ କରୁନଥିବା କାରଣରୁ ଜାହାଜ ମଧ୍ୟ ଚାଲୁନାହିଁ ।  କୋକେନ ଜବତ ହେବା ପରଠାରୁ ଜାହାଜ ଅଟକି ରହିିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ସ୍ଥଗିତ ରଖାଯାଇଛି । ତେବେ କାଲି କ୍ରୁ ମେମ୍ବରମାନେ କୂଳକୁ ଆସିଥିଲେ । ପାନୀୟ ଜଳ ଏବଂ ଇନ୍ଧନ ପାଇଁ କ୍ରୁ ମେମ୍ବରମାନେ କୂଳକୁ ଆସିଥିଲେ । କିନ୍ତୁ ସେମାନେ ଆଉ ନଫେରି ଆନ୍ଦୋଳନ କରିଥିଲେ । ବର୍ଷେ ହେଲା କୌଣସି କାମ କରୁନଥିବା ବେଳେ ବନ୍ଦୀ ଜୀବନ କାଟୁଥିବାକୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ ।