ଭୁବନେଶ୍ବର: ଗାଁ ରେ ମାତିଛି ବାଘ । ସଞ୍ଜ ନଇଁବା ମାତ୍ରେ ଗାଁରେ ପଡିଛି ତାତି କବାଟ । ତେବେ ଗୁହାଳରୁ ବାଛୁରୀ ନେଇଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି କପ୍ତିପଦା ବନାଞ୍ଚଳ ଅଧୀନ ଚଡଦା ଗ୍ରାମରୁ। ଗ୍ରାମରେ ବାଘ ବୁଲିବାକୁ ନେଇ ଯେତିକି ଭୟ ଦେଖାଯାଇଥିଲା ବର୍ତ୍ତମାନ ବାଛୁରୀକୁ ନେଇଯିବା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ଗ୍ରାମର ଶଙ୍କର ମାରାଣ୍ଡି ଗତକାଲି ଅର୍ଥାତ୍ ମଙ୍ଗଳାବର ରାତିରେ ଗୁହାଳରେ ବାଛୁରୀ ବାନ୍ଧି ଥିଲେ। ଵିଲ ନିକଟରେ ଥିବା ଗୁହାଳରେ ବାଛୁରୀ ବାନ୍ଧି ଘରେ ରହିଥିଲେ। ଆଜି ସକାଳୁ ସେ ଗୁହାଳରେ ପହଂଚିବା ପରେ ବାଛୁରୀ ନ ଥିବା ଦେଖିବାକୁ ପାଇଥିଲେ। ଶେଷରେ ଅନେକ ଖୋଜା ଖୋଜି କରିବା ପରେ ଗୁହାଳ ଠାରୁ କିଛି ଦୂରରେ ବାଛୁରୀଟି ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଯାହାକି କେହି ବନ୍ୟ ଜନ୍ତୁ ବାଛୁରୀକୁ ଖାଇଥିବା ଅନୁମାନ କରିଥିବା ବେଳେ ୩ ଗୋଟି ଵିଲରେ ବାଘ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ଏହା ସହିତ ଵିଲ ଗୁଡିକରେ ରକ୍ତ ପଡ଼ିଥିବା ଦେଖିବା ପରେ ଗ୍ରାମକୁ ବାଘ ଆସିଥିବା ଜାଣିବାକୁ ପାଇଥିଲେ। ବାଘ ଆତଙ୍କରେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ବାଘ ଏବେ ଗ୍ରାମ ନିକଟରେ ଥିବା ଗ୍ରାମବାସୀ ସନ୍ଦେହ କରୁଥିବା ବେଳେ ବନ ବିଭାଗକୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ବନ ବିଭାଗ ମଧ୍ୟ ବାଛୁରୀକୁ ବାଘ ଖାଇଥିବା ନେଇ କହିଛନ୍ତି ।