ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କୀ ପନ୍ନୁର ଧମକ, ଟାର୍ଗେଟରେ ଅଛି ଓଡ଼ିଶାର ଡିଜିପି- ଆଇଜି ସମ୍ମିଳନୀ!

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ପୂର୍ବରୁ ମିଳିଲା ଖଲିସ୍ତାନୀ ଧମକ । ଆସନ୍ତାକାଲି(ଶୁକ୍ରବାର) ଠାରୁ ଭୁବନେଶ୍ବରରେ ଚିନିଦିନିଆ ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଯୋଜନା ଚାଲିଛି । ଏହି ଧମକ ଖଲିସ୍ତାନୀ ଆତଙ୍କୀ ଗୁରୁଓ୍ବନ୍ତ ପନ୍ନୁ ଦେଇଥିବା ସୂଚନା ମିଳିଛି । ପନ୍ନୁ ଟାର୍ଗେଟରେ ରହିଛି ଡିଜିପି-ଆଇଜି ସମ୍ମିଳନୀ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ହଇଚଇ ଦେଖାଯାଇଛି ।

ଶିଖ ଫର ଜଷ୍ଟିସ ସଂଗଠନର ନେତା ପନ୍ନୁ ଏନେଇ ଭିଡିଓ ମଧ୍ୟ ଜାରି କରିଥିବାର କୁହାଯାଉଛି । ଓଡିଶାରେ ଡିଜିପି ସମ୍ମିଳନୀରେ ଆକ୍ରମଣ କରିବାପାଇଁ ଆହ୍ବାନ ଦେଇଛି । ଟେମ୍ପଲ ସିଟିକୁ ଟେରର ସିଟି ବୋଲି ମଧ୍ୟ ପନ୍ନୁ କହିଛି । ତେବେ ଏଭଳି ଧମକ ମିଳିବା ପରେ ଓଡିଶା ପୋଲିସ ହାଇଆଲର୍ଟରେ ରହିଛି । ପୋଲିସ କମିଶକନର ସୁରକ୍ଷା ବ୍ୟବସ୍ଥାକରୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୋଦୀଙ୍କ ଗସ୍ତ ସମୟରେ 70ରୁ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସୁରକ୍ଷା ପାଇଁ ଆଣ୍ଟି ଟେରର ଫୋର୍ସ ସଜାଗ ରରିବେ ଏବଂ ଗୁଇନ୍ଦା ସଂସ୍ଥା ମଧ୍ୟ ଭୁବନେଶ୍ବର ଉପରେ କଡା ନଜର ରଖିବେ ବୋଲି କମିଶନର କହିଛନ୍ତି । ଅପରାହ୍ନ 4ଟା 15 ମିନିଟରେ ମୋଦୀ ଭୁବନେଶ୍ବର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋଦୀଙ୍କୁ ମନପସନ୍ଦ ଓଡିଆ ଖାଦ୍ୟ ଦେବା ପାଇଁ ପ୍ରସ୍ତୁତି କରାଯାଉଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆସନ୍ତା 29 ତାରଖରୁ 3 ଦିନ ଓଡିଶାରେ ରହିବେ ମୋଦୀ ।