ହାଇଦ୍ରାବାଦ୍: ସିଙ୍ଗର ଏଆର୍ ରେହମାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖରବ । ଏକାଠି ହୋଇପାରନ୍ତି ରେହମାନ୍ ଓ ପତ୍ନୀ ସାୟରା ବାନୁ । ନିକଟରେ ଏକ ସାକ୍ଷାତକାରରେ ଏମିତି କିଛି ପ୍ରତିକ୍ରୟା ଦେଇଛନ୍ତି, ସାୟରାଙ୍କ ଓକିଲ ବନ୍ଦନା ଶାହା । ରେହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ନିଷ୍ପତ୍ତି ଆସିଯାଇଥିବାବେଳେ ସେମାନଙ୍କ ୩ ପିଲାଙ୍କ କଷ୍ଟଡି ନେଇ କୌଣସି ଆଲୋଚନା ହୋଇ ନ ଥିବା ବନ୍ଦନା କହିଛନ୍ତି । ଏହାଛଡ଼ା ସେମାନଙ୍କ ୩ କିଶୋର ସନ୍ତାନ ଏ ନେଇ ନିଜସ୍ୱ ନିଷ୍ପତ୍ତି ନେବାକୁ ସକ୍ଷମ । ରେହମାନ ଓ ସାୟରା ଦୁହେଁ ବ୍ୟବଚ୍ଛେଦକୁ ନେଇ ଦୁଃଖିତ ଥିବା କହିଛନ୍ତି ବନ୍ଦନା । ବିବାହ ବିଚ୍ଛେଦ ସେମାନଙ୍କୁ କଷ୍ଟ ଦେଇଛି ସତ କିନ୍ତୁ ସେମାନେ ପୁଣିଥରେ ଏକାଠି ହେବାର ସମ୍ଭାବନା ମଧ୍ୟ ରହିଛି । ଦୁହିଁଙ୍କ ବୈବାହିକ ଜୀବନ ବେଶ୍ କଷ୍ଟକର ଥିଲା, ଯାହାପାଇଁ ଦୁହେଁ ଆଜି ସମ୍ପର୍କକୁ ଭାଙ୍ଗିବା ନିଷ୍ପତ୍ତିରେ ପହଞ୍ଚିଛନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ ମେସାନେ ଏକାଠି ମଧ୍ୟ ହୋଇପାରନ୍ତି ବୋଲି ବନ୍ଦନା କହିଛନ୍ତି ।
ଚଳିତ ମାସରେ ୨୯ ବର୍ଷର ବୈବାହିତ ସମ୍ପର୍କ ଶେଷ କରିବା ପାଇଁ ବଡ଼ ଘୋଷଣା କରିଥିଲେ ସାୟରା ଓ ରେହମାନ । ୧୯୯୫ରେ ଦୁହେଁ ବିବାହ କରିଥିଲେ । ସୂଚନା ଅନୁସାରେ ରେହମାନ ସାୟରାଙ୍କୁ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିିଥିଲେ । ଦୁହିଁଙ୍କ ଭିତରେ ମାତ୍ରାଧିକ ଭଲପାଇବା ରହିବା ସତ୍ତ୍ୱେ କିଛି ଜଟିଳ ସମସ୍ୟା ସେମାନଙ୍କ ଭିତରେ ଦୂରତା ସୃଷ୍ଟି କରିଥିଲା, ଯାହାପାଇଁ ସେମାନେ ଅଲଗା ହେବାର ନିଷ୍ପତ୍ତି ନେଲେ । ତେବେ ଏହି ଛଡ଼ପତ୍ର ଦୁଇ ପକ୍ଷଙ୍କ ସହମତିରେ ଓ ସରଳ ଭାବେ ହେବା ନେଇ ସେମାନେ ଆଶା ରଖିଥିବା ବନ୍ଦନା କହିଛନ୍ତି ।