ନୂଆଦିଲ୍ଲୀ- ବିହାର ଲୋକ ସେବା କମିଶନ ନିକଟରେ ୧୩ ଓ ୧୪ ଡିସେମ୍ବରକୁ ହେଉଥିବା ବିପିଏସସି ୭୦ତମ ସିସିଇ ପରୀକ୍ଷା ତାରିଖ ଘୋଷଣା କରିଛି । ପରୀକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀ ସେମାନଙ୍କ ଆଡମିଟ କାର୍ଡ ୨୦୨୪ ପାଇଁ ଅପେକ୍ଷା କରିଛନ୍ତି । ତେବେ ଆୟୋଗ ଖୁବ ଶୀଘ୍ର ପ୍ରିଲିମ୍ସର ଆଡମିଟ କାର୍ଡ କିବାକୁ ଯାଉଥିବା ଜଣାପଡିଛି । ଏହି ଆଡମିଟ କାର୍ଡ ପାଇଁ ଛାତ୍ରଛାତ୍ରୀ ବିପିଏସସିର bpsc.bih.nic.inକୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଆଡମିଟ କାର୍ଡ ଡାଉନଲୋଡ ପାଇଁ ପରୀକ୍ଷାର୍ଥୀଙ୍କୁ ଲଗଇନ କ୍ରେଡେନ୍ସିଆଲର ଉପଯୋଗ କରିବାକୁ ହେବ । ଏହି ପରୀକ୍ଷା ୨୦୨୭ ପଦ ପାଇଁ ହେବାକୁ ଯାଉଛି ।
ବର୍ତ୍ତମାନର ସୂଚନା ମୁତାବକ ବିପିଏସସି ୭୦ତମ ସିସିଇ ପ୍ରିଲିମ୍ସ ପରୀକ୍ଷା ପାଇଁ ପରୀକ୍ଷାର ଏକ ସପ୍ତାହ ଆଗରୁ ଆଡମିଟ କାର୍ଡ ତାର ଅଫିସିଆଲ ୱେବସାଇଟରେ ଜାରିହେବ । ବିନା ଆଡମିଟ କାର୍ଡରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏହି ଆଡମିଟ କାର୍ଡ ସହ ସରକାର ଦ୍ୱାରା ଜାରି ଭାଲିଡ ଆଇଡିକୁ ମଧ୍ୟ ନେବାକୁ ହେବ । ଆଡମିଟ କାର୍ଡରେ ପରୀକ୍ଷା ସ୍ଥାନ ଉଲ୍ଲେଖ ରହିବ ।
ତେବେ ଆଗରୁ ଏହି ପରୀକ୍ଷାକୁ ନେଇ ଏକ ଗୁଜବ ସୃଷ୍ଟି ହୋଇଥିଲା କି ଆୟୋଗ ପରୀକ୍ଷା ତାରିଖରେ ପରିବର୍ତ୍ତନ କରିବାକୁ ଯାଉଛି । ପରେ ଏହା ଉପରେ ଆୟୋଗ ସାମ୍ନାକୁ ଆସି ସ୍ପଷ୍ଟିକରଣ ଦେଇଥିଲା କି ଏହା ମିଛ । ପରୀକ୍ଷା ବାତିଲ ବା ତାରିଖ ପରିବର୍ତ୍ତନ ନେଇ କୌଣସି ସମ୍ଭାବନା ନାହିଁ । ପୂର୍ବ ସୂଚନା ମୁତାବକ ଏହି ପରୀକ୍ଷା ୧୩ ଓ ୧୪ ଡିସେମ୍ବରକୁ ହେବ ।