UPSC ଇଞ୍ଜିନିୟରିଂ ମେନ୍ସ ୨୦୨୪ର Mark ଜାରି, କେମିତି କରିବେ Download?

ନୂଆଦିଲ୍ଲୀ- ୟୁପିଏସସି ଇଞ୍ଜିନିୟରିଂ ମେନ୍ସ ୨୦୨୪ର ମାର୍କ ଜାରି କରିଛି । ୟୁପିଏସସି ଇଞ୍ଜିନିୟରିଂ ମେନ୍ସ ୨୦୨୪ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ୟୁପିଏସସି ଅଫିସିଆଲ ୱେବସାଇଟ upsc.gov.in ମାଧ୍ୟମରେ ମାର୍କ ଦେଖିପାରିବେ । ଏହି ମାର୍କ ପିଡିଏଫ ଫର୍ମାଟରେ ୱେବସାଇଟରେ ଉପଲବ୍ଧ ହୋଇଛି । ଏହି ପରୀକ୍ଷାରେ ରୋହିତ ଧୋଣ୍ଡଗେ ଟପ ହୋଇଥିବା ବେଳେ ହର୍ଷିତ ପାଣ୍ଡେ ଦ୍ୱିତୀୟ ଓ ଲକ୍ଷ୍ମୀକାନ୍ତ ତୃତୀୟ ସ୍ଥାନରେ ରହିଛନ୍ତି ।

ୟୁପିଏସସି ଇଞ୍ଜିନିୟରିଂ ମେନ୍ସ ରେଜଲ୍ଟ ୨୦୨୪ ମାର୍କସିଟ ପାଇଁ ୟୁପିଏସସି ଆଧିକାରିକ ୱେବସାଇଟ upsc.gov.in ଭିଜିଟକୁ ଯାଇ ହୋମ ପେଜରେ ହାଟ ଇଜ ନ୍ୟୁ ସେକ୍ସନର ମାର୍କ୍ସ ଅଫ ରେକୋମେଣ୍ଡେଡ କ୍ୟାଣ୍ଡିଡେଟ୍ସ: ଇଞ୍ଜିନିୟରିଂ ସର୍ଭିସ ମେନ୍ସ ପରୀକ୍ଷା ୨୦୨୪କୁ କ୍ଲିକ କରନ୍ତୁ । ତା ପରେ ଏକ ନୂଆ ପେଜ ଓପନ ହେବ । ସେଠି ପିଡିଏଫ ଫାଇଲକୁ କ୍ଲିକ କରିବାକୁ ହେ । ତା ପରେ ସାମ୍ନାକୁ ଆସିବ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା । ତା ପରେ ପରୀକ୍ଷାର୍ଥୀ ନିଜ ନାଁ ଖୋଜିପାରିବେ ।

ଚଳିତ ୟୁପିଏସସି ଇଞ୍ଜିନିୟରିଂ ମେନ୍ସ ପରୀକ୍ଷାର ରେଜଲ୍ଟ ୨୩ ନଭେମ୍ବରକୁ ଜାରି କରାଯାଇଥିଲା । ଏଥିରେ ମୋଟ ୨୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଇଞ୍ଜିନିୟରିଂରେ ୯୨, ମେକାନିକାଲ ଇଞ୍ଜିନିୟରିଂରେ ୧୮, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ୨୬, ଇଏଣ୍ଡଟି ଇଞ୍ଜିନିୟରିଂରେ ୭୦ ଜଣ ରହିଛନ୍ତି । ଏଥିରେ ଜେନେରାଲରେ ୭୧, ଓବିସିରେ ୫୯, ଏସସିରେ ୩୪, ଇଡବ୍ଲୁଏସରେ ୨୨ ଓ ଏସଟିରେ ୨୦ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।