(Breaking) ସାଧାରଣ ସଭାରେ ଏମିତି କହି ବିରୋଧୀଙ୍କୁ ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟବାସୀଙ୍କୁ ଜୁହାର ଜଣାଇ ନିଜ ସମ୍ଭାଷଣ ଆରମ୍ଭ କରି ଦିଲ୍ଲୀରେ ହୋଇଥିବା ଓଡିଶା ପର୍ବରେ ମୁଁ ଓଡିଶାର ଚା ପିଇଛି । ସେଠି ମଧ୍ୟ ଧର୍ମନ୍ଦ୍ର ପ୍ରଧାନଙ୍କୁ ଗାଳି କରିଛି । ଏହି ଉକ୍ତି ରଖିବା ପରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଜେପିର ବିଜୟର ଶ୍ରେୟ ଦେଇଛନ୍ତି । ମୋଦି କହିଛନ୍ତି, ଓଡିଶାବାସୀ ବିଜେପିକୁ ବିଜୟ କରିବା ପରେ ମହାରାଷ୍ଟ୍ର ଓ ହରିଆଣାରେ ବିଜୟୀ ହୋଇଛି ଦଳ । ଏହା ଓଡିଶାବାସୀଙ୍କ କେନ୍ଦ୍ର ସରକାରର ଦଶ ବର୍ଷର ଉପଲବ୍ଧୀ ପ୍ରତି ବିଶ୍ୱାସଭାଜନର ହୋଇଛି ।

ନିଜ ଭାଷଣରେ ମୋଦି କହିଛନ୍ତି, ୧୦ ବର୍ଷରେ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ପରିବର୍ତ୍ତନ କରି ଥିଲେ ମଧ୍ୟ ଲୋକଏହାକୁ ବୁଝିଥିଲେ । ଭାଷାକୁ ନେଇ ଗ୍ରାମାଞ୍ଚଳକୁ ନିର୍ବାଚନ ବେଳେ ଯାଇ ଅଭିଭାଷଣ ଦେବା ସମୟରେ ମୋତେ ସଂକୋଚ ଲାଗୁଥିଲା କି ମୁଁ ଓଡିଆ ଜାଣିନି, ହିନ୍ଦୀରେ କହିବି, ଲୋକେ ବୁଝିବେ କି ନାହିଁ । କିନ୍ତୁ ଆପଣଙ୍କ ମତଦାନ ଦର୍ଶାଇଦେଲା, ଭାଷା ନୁହେଁ ଭାବଗତ ସଂଯୋଗ ମଜବୁତ ଥିଲା । ଏଥିସହ ମୋଦି ଆହୁରି କହିଛନ୍ତି, ବିଜେପି ସରକାର ଓଡିଶାର ନେତୃତ୍ବକୁ ଅଧିକ ସଂଖ୍ୟାରେ ଉଜାଗର କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ନୀତିଗତ ପାର୍ଥକ୍ୟ ରହିବା ଜରୁରୀ । କିନ୍ତୁ ଏହାର ଅର୍ଥ ନୁହେଁ ସ୍ୱାର୍ଥ ସାଧନ । ଜନତା ୧୦ ବର୍ଷ ଧରି ବିଜେପିକୁ ସମର୍ଥନ ଦେଉଥିବାରୁ ବିରୋଧୀ ବିଜେପି ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏମିତି କି ଦେଶ ବିରୋଧୀ ଷଡଯନ୍ତ୍ରରେ ଲିପ୍ତ ହୋଇଛନ୍ତି । ତେଣୁ ଲୋକତନ୍ତ୍ରକୁ ରକ୍ଷା କରିବାକୁ ସମସ୍ତ ଲୋକତନ୍ତ୍ରର ଉପାସକଙ୍କୁ ସଜାଗ ରହିବାକୁ ଆହ୍ୱାନ ଦେଇଛନ୍ତି । ସତ୍ତା ଲୋଭୀ ମିଛ ପ୍ରଚାର କରୁଥିବା କହିଛନ୍ତି ମୋଦି ।