ଭୁବନେଶ୍ୱର କୃଷି ଭବନର କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ଆଳୁ ବିହନ ଯୋଗାଣ ନେଇ ସମୀକ୍ଷା କରିଛନ୍ତି । ଆଳୁ ଚାଷ ସମ୍ପର୍କିତ ଆଲୋଚନା ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଆଳୁ ଚାଷରେ ରାଜ୍ୟକୁ ଆତ୍ମନିର୍ଭର କରିବା ପାଇଁ ସରକାର ଅକ୍ଟୋବର-ନଭେମ୍ବର ମାସରୁ ହିଁ ବିହନ ଯୋଗାଇ ଦେଇଛନ୍ତି । ରାଜ୍ୟରେ ପ୍ରଥମଥର ଲାଗି ୧୫ହଜାର ୨୩ ହେକ୍ଟରରେ ଆଳୁ ଚାଷ କରାଯାଉଛି ।
ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୨ହଜାର ୯୬୪ କ୍ୱିଣ୍ଟାଲ ଉନ୍ନତ ପ୍ରାମାଣିକ ଆଳୁ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଛି ଏବଂ ୫ହଜାର ୬୪୯ ହେକ୍ଟର ଜମିରେ ଆଳୁ ବିହନ ଲାଗି ସାରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।