ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଏହା ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି । କିନ୍ତୁ ଏବେ ସ୍ମାର୍ଟଫୋନ୍ ସାଇବର ଠକେଇର ଏକ ମାଧ୍ୟମ ପାଲଟିଯାଇଛି । ସ୍କାମର ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଲୁଟିଥାନ୍ତି । ବେଳେ ବେଳେ ସେମାନେ ବିଭିନ୍ନ ଲିଙ୍କ ପଠାଇଥାନ୍ତି ଯାହାକୁ କ୍ଳିକ୍ କରିବା ମାତ୍ରେ ସ୍ମାର୍ଟଫୋନରେ ମାଲୱେୟାର ଇନଷ୍ଟଲ ହୋଇଥାଏ ଏବଂ ଏବିଷୟରେ ଆମେ କିଛି ବି ଜାଣିପାରି ନଥାଉ । ପରବର୍ତ୍ତୀ ସମୟରେ ସ୍ମାର୍ଟଫୋନ୍ ଚଲାଇବାରେ ସମସ୍ୟା ଦେଖାଦେଇଥାଏ ।
ସାଧାରଣତଃ ମାଲୱେୟାର ସ୍ମାର୍ଟଫୋନକୁ ପ୍ରଭାବିତ କଲେ ଏହାର ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ । ତେବେ ନିମ୍ନଲିଖିତ ଲକ୍ଷଣ ଦ୍ୱାରା ସ୍ମାର୍ଟଫୋନରେ ଥିବା ମାଲୱେୟାରକୁ ଠିକ୍ ସମୟରେ ଚିହ୍ନଟ କରାଯାଇ ଫୋନକୁ ସୁରକ୍ଷିତ ରଖିପାରିବା
।
୧. ସ୍ମାର୍ଟଫୋନରେ ମାଲୱେୟାର ଥିଲେ ଏହା ବାରମ୍ବାର ହ୍ୟାଙ୍ଗ୍ ହୋଇଥାଏ କିମ୍ବା ହଠାତ ଫୋନର କାର୍ଯ୍ୟକାରିତା ମନ୍ଥର ହୋଇଯାଏ ।
୨. ଫୋନର ବ୍ୟାଟେରୀ ଶୀଘ୍ର ଡ୍ରେନ୍ ଆଉଟ୍ ହୋଇଥାଏ ।
୩. ଆପଣ କୌଣସି ଆପ୍ ଇନଷ୍ଟଲ କରିନଥିଲେ ମଧ୍ୟ ଫୋନ ସ୍କ୍ରିନରେ ଦେଖାଯାଇଥାଏ ।
୪. ବାରମ୍ବାର ଫୋନ୍ ସ୍କ୍ରିନରେ ପପ୍ ଅପ୍ ବିଜ୍ଞାପନ ଦେଖାଯିବା ।
୫. ଅଧିକ ଡାଟା ବ୍ୟବହାର ହେବା ।
ସ୍ମାର୍ଟଫୋନରୁ କିପରି ସହଜରେ ମାଲୱେୟାର ହଟାଇପାରିବା ?
୧. ସ୍ମାର୍ଟଫୋନକୁ ସୁରକ୍ଷିତ ମୋଡରେ ଚାଲୁ କରନ୍ତୁ । କେବଳ ଆବଶ୍ୟକୀୟ ଆପ୍ ଚାଲୁ କରନ୍ତୁ । ଆପଣ ସହଜରେ ମାଲୱେୟାର ବିଷୟରେ ଜାଣିପାରିବେ ।
୨. ସ୍ମାର୍ଟଫୋନରେ ସନ୍ଦେହଜନକ ଆପକୁ ତୁରନ୍ତ ହଟାନ୍ତୁ । ଏଥିରେ ଅଧିକ ଡାଟା ଖର୍ଚ୍ଚ ହୋଇଥାଏ ଏବଂ ଏଭଳି ଆପରେ ମାଲୱେୟାରର ସମ୍ଭାବନା ଅଧିକ ରହିଥାଏ ।
୩. ଆପଣ ଚାହିଁଲେ ମାଗଣା କିମ୍ବା ଦେୟଯୁକ୍ତ ଆପ୍(Kaspersky, Avast, Norton) ଭଳି ଆଣ୍ଟି ଭାଇରସ୍ ଆପ୍ ବ୍ୟବହାର କରିପାରିବେ । ଏହା ଫୋନରେ ଥିବା ମାଲୱେୟାରକୁ ସ୍କାନ୍ କରିବା ସହ ସହଜରେ ହଟାଇବାରେ ସହାୟକ ହୋଇଥାଏ ।
୪. ସବୁବେଳେ ଗୁଗୁଲ ପ୍ଲେ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରନ୍ତୁ । ଏହା ସୁରକ୍ଷିତ ଅଟେ ।
୫. ସମସ୍ୟା ଗମ୍ଭୀର ଥିଲେ ଫୋନର ଫ୍ୟାକ୍ଟ୍ରି ରିସେଟ୍ କରନ୍ତୁ । ଏଥିରେ ଫୋନରେ ଥିବା ସମସ୍ତ ଡାଟା ଡିଲିଟ୍ ହୋଇଥାଏ । ତେଣୁ ପୂର୍ବରୁ ସମସ୍ତ ଡାଟାକୁ ପେନଡ୍ରାଇଭରେ ସୁରକ୍ଷିତ ଟ୍ରାନ୍ସଫର କରିଦିଅନ୍ତୁ ।