ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିବାରୁ, ନାବାଳିକା ପିଇଦେଲେ ଏସିଡ୍‌, ଜାଣନ୍ତୁ ପରେ କ’ଣ ଘଟିଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପିଲିଭୀତ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୁନଗଢୀ ଅଞ୍ଚଳରେ ଅଶ୍ଳୀଳ ଭିଡିଓ କରି, ବ୍ଲାକମେକିଂରେ ଆହତ ଜଣେ କିଶୋରୀ ଏସିଡ୍ ପିଇ ଜୀବନ ହାରିବାକୁ ଚେଷ୍ଟା କରିଛି । ଏହି ମାମଲାରେ ପୋଲିସ କହିଛି ଯେ, ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ହେପାଜତରେ ନିଆଯାଇ ପଚରାଉଚରା କରାଯାଉଛି।

କୋତବଲୀ ସୁନଗଢୀ ପୋଲିସ କହିବାନୁସାରେ, ଗାଁର ଜଣେ ମହିଳା ଶନିବାର ଦିନ ଥାନାରେ ଅଭିଯୋଗ କରିଛି ଯେ; ତାଙ୍କ ନିଜ ୧୭ ବର୍ଷୀୟ ସାନ ଭଉଣୀଙ୍କୁ ୨୩ ନଭେମ୍ବରରେ ଏକ କପଡା ଦୋକାନରେ କାମ କରୁଥିବା ଯୁବକ, ତାଙ୍କୁ ଅଟକାଇ, ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲା । ଅଭିଯୁକ୍ତ ବ୍ୟକ୍ତିଙ୍କ ସାଙ୍ଗ ତାଙ୍କ ମୋବାଇଲରେ ଏହି ଭିଡିଓ କରିଥିଲେ । ଏହାପରେ ଅଭିଯୁକ୍ତ ଭିଡିଓ ଭାଇରାଲ କରିବାର ଧମକ ଦେଇ ନାବାଳିକାଙ୍କୁ ବ୍ଲାକମେଲ କରୁଥିଲେ । ସେ ଏହି କିଶୋରୀଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ ।

ପୋଲିସ ମୁତାବକ, ଏଥିରେ ଆହତ ପୀଡିତା ଶୁକ୍ରବାର ଦିନ ବିଳମ୍ବିତ ସଂଧ୍ୟାରେ ଘରେ ରଖାଯାଇଥିବା ଏସିଡ (ଟଏଲେଟ କ୍ଲିନର) ପିଇଦେଇଛନ୍ତି । ତାଙ୍କର ଅବସ୍ଥା ଗୁରୁତର ହେବା ଦେଖି କିଶୋରୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ସଂପୂର୍ଣ୍ଣ ଘଟଣା ଶୁଣିବା ପରେ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ହେପାଜତରେ ନେଇଛିି । ଏଥିସହ କିଶୋରୀଙ୍କ ଅବସ୍ଥା ବିପଦରେ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।