ନୂଆଦିଲ୍ଲୀ– ବର୍ଡର ସିକ୍ୟୁରିଟି ଫୋର୍ସରେ କନେଷ୍ଟବଳ ପଦ ପାଇଁ ବାହାରିଲା ବିଜ୍ଞପ୍ତି । ୨୭୫ କନେଷ୍ଟବଳ ପଦ ବିଏସଏଫରେ ଭରିବାକୁ ଥିବାରୁ ଆବେଦନ ମଗାଯାଇଛି । ସ୍ପର୍ଟ କୋଟାରେ ଏହି ସବୁ ପଦ ପୂରଣ ହେବ । ତେଣୁ ଇଛୁକ ତଥା ଯୋଗ୍ୟ ଆଶାୟୀ ଏଥିରେ ଆବେଦନ କରିପାରିବେ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ବିଏସଏଫର ଅଫିସିଆଲ ୱେବସାଇଟ rectt.bsf.govt.in ମାଧ୍ୟମରେ ଅନଲାଇନରେ ଆବେଦନ କରି ପାରିବେ । ଏହି ଆବେଦନ ପ୍ରକ୍ରିୟା ଡିସେମ୍ବର ୧ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇ ୩୦ ଡିସେମ୍ବର୨୦୨୪ ଯାଏ ଚାଲିବ । ଉଭୟ ପୁରୁଷ ଓ ମହିଳା ଏହି ପଦବୀ ପାଇଁ ଆବେଦନ କରିପାରିବେ ।
ଏହି ୨୭୫ କନେଷ୍ଟବଳ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ ରହିଥିବା ବେଳେ ସ୍ପୋର୍ଟ କୋଟା ଥିବା ନିତାନ୍ତ ଜରୁରୀ । ଏହି ସ୍ପର୍ଟରେ ଆଶାୟୀ ଭିନ୍ନ ଭିନ୍ନ ସ୍ତରର ଖେଳ ପ୍ରତିଯୋଗିତାରେ ଭାଗନେଇଥିବା ଜରୁରୀ ।
ଆବେଦକଙ୍କ ସର୍ବନିମ୍ନ ବୟସ ୧୮ ରଖାଯାଇଥିବା ବେଳେ ସର୍ବଧିକ ବୟସ ୨୩ ରଖାଯାଇଛି । ଆୟୁଷ ଗଣନା ୧ ଜାନୁଆରୀ ୨୦୨୫ ଆଧାରରେ ହେବ । ତେବେ ଆରକ୍ଷଣ ବର୍ଗ ପାଇଁ ଏହି ବୟସ ସୀମାରେ କୋହଳ କରାଯିବ ।
ଏହି ବିଏସଏଫ କନେଷ୍ଟବଳ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ୧୭୦ ସିମି ଓ ମହିଳାଙ୍କର ୧୫୭ ସିମି ହୋଇଥିବା ଦରକାର । ଆବେଦକଙ୍କୁ ଏହି ପଦରେ ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ ।
ଏହି ପଦ ପାଇଁ ସ୍କେଲ ଲେବଲ ୩ ଅନୁଯାୟୀ ଦରମା ମିଳିବ । ଅର୍ଥାତ୍ ଦରମା ୨୧,୭୦୦ରୁ ୬୯,୧୦୦ ଟଙ୍କା ଯାଏ ରହିବ । ଏଥିସହ ଅନ୍ୟ ସରକାରୀ ଭର୍ତ୍ତିର ଲାଭ ମଧ୍ୟ ମିଳିବ ।
ତେବେ ଆବେଦନ କରିବାକୁ ହେଲେ ବିଏସଏଫର ୱେବସାଇଟ rectt.bsf.govt.inକୁ ଯାଇ ହୋମ ପେଜରେ ଥିବା BSF Constable GD Recruitment 2024 Under Sports Quota ଲିଙ୍କକୁ କ୍ଲିକ କରିବା ସହ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଆବେଦନ କରିପାରିବ ।