ଏହି କାରଣ ପାଇଁ ସ୍ଥଗିତ ରହିଲା ISROର ବଡ଼ ଲଞ୍ଚିଂ, ଜାଣନ୍ତୁ ଏହି PROBA-3 ମିଶନ କ’ଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନକାରୀ ସଂଗଠନ(ISRO) ଦ୍ୱାରା ଆଜି ଲଞ୍ଚ ହେବାକୁ ଥିବା PSLV-C59 ରକେଟ/ROBA-3 ମିଶନ ଟେକନିକ ଖରାପ କାରଣରୁ ସ୍ଥଗିତ କରାଯାଇଛି। ବର୍ତ୍ତମାନ ମିଶନକୁ ଆସନ୍ତାକାଲି ଲଞ୍ଚ ପାଇଁ ପୁନଃସ୍ଥିର କରାଯାଇଛି। ISRO ଡିସେମ୍ବର 5 ତାରିଖ ଅପରାହ୍ଣ ୪ଟା ୧୨ ମିନିଟରେ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଏହି ମିଶନକୁ ଲଞ୍ଚ କରିବ।

PROBA-3 ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ମିଶନ। PROBA-3 ମିଶନ ସୂର୍ଯ୍ୟଙ୍କ କରୋନାର ଅଧ୍ୟୟନ କରିବ। ESA  ମୁତାବକ, PROBA-3 ମିଶନ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ବାହ୍ୟ ଏବଂ ଉତ୍ତପ୍ତ ସ୍ତରକୁ ଅଧ୍ୟୟନ କରିବ। ସୂର୍ଯ୍ୟଙ୍କ ବାହ୍ୟ ଆଟ୍ମୋସ୍ପିୟରକୁ ସୂର୍ଯ୍ୟଙ୍କ କରୋନା କୁହାଯାଇଥାଏ। ଏହି ମିଶନରେ ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ(NSIL) ସହଯୋଗ କରୁଛି। ଇସ୍ରୋ ଏହା ପୂର୍ବରୁ ମଧ୍ୟ ଦୁଇଟି ପ୍ରୋବା ମିଶନ ଲଞ୍ଚ କରିସାରିଛି। ପ୍ରଥମଟି ୨୦୦୧ରେ PROBA-1ଲଞ୍ଚ କରାଯାଇଥିଲା। ଦ୍ୱିତୀୟଟି ୨୦୦୯ରେ PROBA-2 ମିଶନ ଲଞ୍ଚ ହୋଇଥିଲା। ଦୁଇଟି ମିଶନରେ ଇସ୍ରୋକୁ ସଫଳତା ମିଳିଥିଲା।

ପ୍ରୋବା-୩ ମିଶନକୁ ଦୁଇଟି ମେନ ସ୍ପେସକ୍ରାଫ୍ଟରେ ଲଞ୍ଚ ହେବ। ପ୍ରଥମ Occulter ଅଟେ, ଯାହାର ଓଜନ ୨୦୦ କିଗ୍ରା ଅଟେ। ଦ୍ୱିତୀୟ ସ୍ପେସକ୍ରାଫ୍ଟ Coronagraph ଅଟେ, ଯାହାର ଓଜନ ୩୪୦ କିଗ୍ରା ଅଟେ। ଲଞ୍ଚିଂ ପରେ ଦୁଇଟି ସ୍ପେସଲାଇଟ ଭିନ୍ନ ହୋଇଯିବେ। ପରେ ସୋଲାର କୋରନାଗ୍ରାଫ ତିଆରି ପାଇଁ ଏହାକୁ ଏକ ସାଙ୍ଗରେ ପୋଜିସନ କରାଯିବ।