ସହକାରୀ ପ୍ରଫେସର ସହ ପିଜିଟି, ଟିଜିଟିର ହଜାରରୁ ଅଧିକ ପଦ ପୂରଣ ପାଇଁ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ- ୟୁପିରେ ୧ ହଜାର ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ତାରିଖ ଘୋଷଣା ହେଲା । ନନଗଭମେଣ୍ଟ ମହାବିଦ୍ୟାଳୟ ପାଇଁ ସହକାରୀ ପ୍ରଫେସର ପଦ ପାଇଁ ହେବ ପରୀକ୍ଷା ଫେବୃଆରୀ୯ ଓ ୧୦ରେ ପରୀକ୍ଷା ହେବ । ଏଥିସହ ମାଧ୍ୟମିକ ବିଦ୍ୟାଳୟଗୁଡିରେ ପିଜିଟି ଓ ଟିଡିଟି ପଦ ପୂରଣ ପାଇଁ ପରୀକ୍ଷା ଏପ୍ରିଲ ମାସରେ ହେବ ।

ଉତ୍ତର ପ୍ରଦେଶ ଶିକ୍ଷା ସେବା ଚୟନ କମିଶନ ତରଫରୁ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ପରୀକ୍ଷା ଆୟୋଜନା କରାଯିବ । ଏହି ପରୀକ୍ଷା ମାଧ୍ୟମରେ ଘରୋଇ ସହାୟତାପ୍ରାପ୍ତ ମହାବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ୧୦୧୭ ପଦ ପୂରଣ ହେବ । ଏହି ପଦବୀ ପାଇଁ ପ୍ରାୟ ଏକ ଲକ୍ଷରୁ ଅଧିକ ଆବେଦନ ହୋଇଛି ।

ସେପଟେ ରାଜ୍ୟର ସହାୟତା ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ପିଜିଟିର ୬୨୪ ଓ ପ୍ରଶିକ୍ଷିତ ସ୍ନାତକ ଟିଜିଟିର ୩୫୩୯ ପଦ ପୂରଣ ହେବ । ଏହି ପରୀକ୍ଷା ପାଇଁ ୪ ଓ ୫ ଏପ୍ରିଲ ୨୦୨୫ରେ ପରୀକ୍ଷା ହେବ । ପରୀକ୍ଷା ପାଇଁ ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ସେବା ଚୟନ ବୋର୍ଡ ୧୬ ଜୁଲାଇ ୨୦୨୨ ଆବେଦନ ତାରିଖ ଧାର୍ଯ୍ୟ କରିଥିଲେ । ଏହି ପଦ ପାଇଁ ୧୩ ଲକ୍ଷ ୩୩ ହଜାର ୧୩୬ କ୍ୟାଣ୍ଡିଡେଟ୍ସ ନାମ ପଞ୍ଜିକରଣ କରିଛନ୍ତି ।

ରିପୋର୍ଟ ମୁତାବକ, ଉତ୍ତର ପ୍ରଦେଶ ଶିକ୍ଷା ସେବା ଚୟନ ଆୟୋଗର କଣ୍ଟ୍ରୋଲର ଅଫ ଏଗ୍ଜାମିନେସନ ତରଫରୁ ସମସ୍ତ ଜିଲ୍ଲାର ଜିଲାଅଧିକାରୀଙ୍କୁ ନିକଟରେ ଚିଟି କରାଯାଇଛି । ଚିଠିରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରଗୁଡିକର ଲିଷ୍ଟ ଅତି ଶୀଘ୍ର କରି ପଠାଇବାକୁ କୁହାଯାଇଛି ।