ଓଡିଶା ଭାସ୍କର- କ୍ରେକେଟ ମାନିଆ ସମସ୍ତେ । ବୃଦ୍ଧ, ଯୁବକ, ଛୋଟ ପିଲା, ସବୁ ବର୍ଗ ଭିତରେ କ୍ରିକେଟକୁ ନେଇ କ୍ରେଜ । ହେଲେ ଅନେକ ସମୟରେ ଏହି କ୍ରିକେଟ ମାନିଆ ହେବା ବଡ କ୍ଷତିର କାରଣ ହୋଇଥାଏ । ଦୁଇ ବାଳକ କ୍ରିକେଟ ଏମିତି ଖେଳିଲେ କି ଘରେ ଥିବା ବଡ ଏଲଇଡି ଟିଭିକୁ ଭାଗିଦେଲେ । ତା ପରେ ନିଜ ଭୁଲ ଲୁଚେଇ ସବୁ ଦୋଷ ଭଉଣୀ ମୁଣ୍ଡରେ ଥୋପିବାକୁ ଶତ ଚେଷ୍ଟା କରି ମଧ୍ୟ କିଛି ଫଳ ହେଲାନି । ସେମାନଙ୍କ କାରନାମାକୁ ପଦାରେ ପକାଇଦେଲା ସିସି ଟିଭି । ପିଲାଙ୍କ ଏହି ଭିଡିଓ ଭାଇରାଲ ହେଉଛି ।
ଭିଡିଓରେ ଦେଖିବାକୁ ମିଳୁଛି, ଆଭିଜାତ୍ୟ ସମ୍ପନ୍ନ ଏକ ଲିଭିଙ୍ଗ ରୁମର ସୋଫାରେ କୁନି ଝିଅଟିଏ ବସି ପଢୁଛି । ଆଗରେ ସମ ବୟସ୍କ ଦୁଇ ବାଳକ କ୍ରିକେଟ ଖେଳୁଛନ୍ତି । ବ୍ୟାଟିଂ କରୁଥିବା ବାଳକର ପଛ ପଟେ ଏକ ବଡ ଏଲଇଡି ଟିଭି ରହିଛି । ବୋଲର ବାଳକ ବୋଲିଂ କରିବା ପରେ ବ୍ୟାଟ ଧରିଥିବା ବାଳକ ଖୁବ ଜୋରରେ ବଲକୁ ହିଟ କରିବାକୁ ଚେଷ୍ଟା କରିଛି, ହେଲେ ବଲକୁ ହିଟ କରି ପାରିନି, ଟିଭିର ଆଗ ଗ୍ଲାସକୁ ଏକ ଶକ୍ତ ମାଡ ଦେଇଛି ।
ବ୍ୟାଟ ଟିଭିରେ ମାଡ ଖାଇବା ପରେ ତରବରରେ ବାଳକଟି ଟିଭି ରିମୋଟରେ ଟିଭି ଅନ କରି ଦେଖିଛି କାଚ ଭାଙ୍ଗି ଟିଭି ଚାଲୁନି । ତା ପରେ ବ୍ୟାଟକୁ ଝିଅଟି କଡରେ ରଖି ସୋଫାର ଆର ପାଖରେ ଦୁଇ ବାଳକ ବସିଯାଇଛନ୍ତି । କିଛି ସମୟ ପରେ ଅନ୍ୟ ପଟୁ ଜଣେ ବ୍ୟକ୍ତି, ହୁଏତ ସେମାନଙ୍କ ବାପା ହୋଇଥାଇ ପାରନ୍ତି, ସେଠାରେ ପହଞ୍ଚିବାରୁ ଟିଭି ଭାଙ୍ଗିଥିବା ବାଳକ ତାଙ୍କୁ ଝିଅ ଆଡକୁ ଇଙ୍ଗିତ କରି କହିଛି ସେ ହିଁ ଭାଙ୍ଗିଛି ।
ତେବେ ଉକ୍ତ ବ୍ୟକ୍ତି ସିସିଟିଭିର ଫୁଟେଜ ଚେକ କରି ପ୍ରକୃତ ଜାନିଷ ଜାଣିବାକୁ ପାଇଛନ୍ତି । ଏହି ଭିଡିଓଟି ଯେତିକି ଆମୋଦପୂର୍ଣ୍ଣ ସେତିକି ଉଦବେଗ ମଧ୍ୟ ସୃଷ୍ଟି କରୁଛି । ଆମେ ଆମ ପିଲାଙ୍କ ଖେଳୁଆଡ ପଣ ତଥା ଶୈଶବକୁ ଘରର ଚାରି କାନ୍ଥ ଭିତରେ କଏଦ କରି ସେମାନଙ୍କ ଅଧିକାର ଛଡାଇ ନେଉଛୁ । ଯାହାର ଫଳ ଅନେକ ସମୟରେ ଏମିତି ଭୋଗିବାକୁ ହେଉଛି ।
ऐसे बच्चे किसी को न दे प्रभु
उड़ाना था गेंद उड़ा दिया टीवी— जालिम पत्रकार🤡 (@jalimpatrakar) December 4, 2024