ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ଗୁଳି କରି ମାରିଲା ଛାତ୍ର, ସାରଙ୍କ ଗାଡ଼ି ନେଇ ସାଙ୍ଗଙ୍କ ସହ ହେଲା ଫେରାର୍

ଛତ୍ରପୁର: ପ୍ରାଚୀନ କାଳରୁ ଭାରତୀୟମାନଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା କେତେ ଯେ ଗୁରୁତ୍ଵପୂର୍ଣ୍ଣ ତାହା ସମସ୍ତଙ୍କୁ ଜଣା। ହେଲେ ଦିନକୁ ଦିନ ସମାଜରେ ଗୁରୁ-ଶିଷ୍ୟ ସମ୍ପର୍କ ଆଉ ଆଗ ଭଳି ନାହିଁ। ସେମିତି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ । ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧାମୋରାର ପ୍ରଧାନ ଶିକ୍ଷକଙ୍କୁ ସେହି ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର (ସଦାମ ଯାଦବ) ଗୁଳି କରି ହତ୍ୟା କରିଛି । ଗୁଳି ବାଜିବାରୁ ଘଟଣାସ୍ଥଳରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ ଘଟିଛି ।

ହତ୍ୟା ପରେ ସ୍କୁଟିରେ ଫେରାର ହେଲା ଅଭିଯୁକ୍ତ ଛାତ୍ର । ପ୍ରଧାନ ଶିକ୍ଷକ ବାଥରୁମକୁ ଯାଇଥିବା ବେଳେ ପଛପଟୁ ପହଞ୍ଚି ଛାତ୍ର ଜଣକ ପିସ୍ତଲରେ ତାଙ୍କ ମୁଣ୍ଡରେ ଗୁଳି ଚଳାଇଥିଲା । ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରିବା ପରେ ଛାତ୍ର ଜଣକ ପ୍ରଧାନ ଶିକ୍ଷକଙ୍କ ସ୍କୁଟି ନେଇ ଫେରାର ହୋଇଯାଇଥିଲା । ଖବର ପାଇ ଏସ୍ପି ଅଗମ ଜୈନ, ଏଏସ୍ପି ବିକ୍ରମ ସିଂହଙ୍କ ସମେତ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଛାତ୍ରଙ୍କୁ ହଇରାଣ କରିବା ପଛର କାରଣ ମଧ୍ୟ ସାମ୍ନାକୁ ଆସିଛି ।

ପୁଲିସ ଘଟଣାର ତଦନ୍ତ ଚଳାଇଛି । ଛାତ୍ର ଜଣକ ଏବେ ବି ଘଟଣାସ୍ଥଳରୁ ଫେରାର ଅଛି । ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ, ଗୁଳି କରିଥିବା ଛାତ୍ର ଜଣକ ଏହି ସ୍କୁଲରେ ପଢ଼ନ୍ତି । ଆଉ ଏହି ଘଟଣାଠାରେ ଅନ୍ୟ କିଛି କାରଣ ଅଛି କି ନାହିଁ, ତାହା ମଧ୍ୟ ସଂପୃକ୍ତ ଅଧିକାରୀ ଓ ଶିକ୍ଷକଙ୍କ ଦ୍ୱାରା କରାଯିବ ।