ରୋଗୀଙ୍କୁ ସୁସ୍ଥ କରୁଛି COLOUR…. ଶରୀରରୁ ଉଭେଇ ଯାଉଛି ମଧୁମେହ, ରକ୍ତଚାପ ଭଳି ରୋଗ, ଜାଣନ୍ତୁ କଲର ଥେରାପି ବିଷୟରେ ଅଧିକ……
ନୂଆଦିଲ୍ଲୀ: ଆମ ଜୀବନରେ ରଙ୍ଗର ଭୂମିକା ବେଶ୍ । ଆପଣ ଯେତେ ଉଜ୍ଜଳ ରଙ୍ଗର ପୋଷାକ ପରିଧାନ କରନ୍ତି ଆପଣଙ୍କୁ ସେତେ ଭଲ ଲାଗେ । ଆଉ ଯେଉଁ ଦିନ ଆପଣ ଫିକା ବା ଡଲ୍ ରଙ୍ଗର ଡ୍ରେସ୍ ପିନ୍ଧିଥିବେ ସେ ଦିନ ଆପଣ ବହୁତ ଉଦାସ ମନେକରିବେ । ସେଥିପାଇଁ ଆଜିକାଲି କଲର ଥେରିପି ରୋଗ ଭଲକରିବାରେ ବ୍ୟବହାର କରାଯାଉଛି । ଏହାକୁ କ୍ରୋମୋ ଥରାପି ବୋଲି ମଧ୍ୟ କୁହାଯାଏ । ଏହା ସାହାଯ୍ୟରେ ମାନସିକ ଓ ଶରୀରିକ ଅସୁବିଧା ଦୂର ହୋଇଥାଏ । ଏହି ଚିକିତ୍ସାରେ କଲର ଏବଂ ଲାଇଟ୍ର ବ୍ୟବହାର କରାଯାଏ ।
ବିଭିନ୍ନ ପ୍ରକାରର କଲର ଥେରାପି ରହିଛି । ପାଣି ଓ ସ୍କେଚ୍ ପେନ୍ ଦ୍ୱାରା କଲର ଥେରାପି ଦିଆଯାଏ । ଯାହାକୁ ହାତ ଓ ଗୋଡ଼ରେ ବ୍ୟବହାର କରାଯାଏ । ଏହା ସାହାଯ୍ୟରେ କ୍ରୋନିକ୍ ରୋଗ ଜଲଦିରୁ ଜଲଦି ଭଲ ହୋଇଥାଏ । ଏ ଚିକିତ୍ସା ପଦ୍ଧତି ହଜାର ବର୍ଷ ପୁରୁଣା । ଭାରତ ବ୍ୟତୀତ ଏହାକୁ ପ୍ରାଚୀନ ମିଶ୍ରଏବଂ ଚିନ୍ ଭଳି ବହୁ ସଭ୍ୟତା ଏହାର ବ୍ୟବହାର କରିଛନ୍ତି । ଏ କଲର ଥେରାପିରେ ସୂର୍ଯ୍ୟଙ୍କୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ । କାରଣ ଅଲଗା ଅଲଗା ରଙ୍ଗକୁ ସୂର୍ଯ୍ୟ କିରଣରେ ମିଶାଇ ଚିକିତ୍ସାରେ ବ୍ୟବହାର କରାଯାଏ । ଏହାଦ୍ୱାରା ଶରୀର କିଛି ପ୍ରମୁଖ ଚକ୍ରକୁ ବାଲନ୍ସ କରାଯାଏ । କଲର ଥେରାପି ଦ୍ୱାରା ମଧୁମେହ, କୁଣ୍ଡିଆ, କାଛୁ, ଅର୍ଥରାଇଟିସ୍, ବହୁ ଦିନର ଜଖମକୁ ମଧ୍ୟ ଏ ଚିକିତ୍ସା ଦ୍ୱାରା ଭଲ କରାଯାଇପାରିବ । ଏହାବ୍ୟତୀତ ମହିଳାଙ୍କଠାରେ ଦେଖାଯାଉଥିବ ରୋଗ ଭଲକାରିବାରେ ମଧ୍ୟ ଏହା ସାହାଯ୍ୟ କରରେ । ବର୍ତ୍ତମାନ ସମୟର କମନ୍ ରୋଗ ଡିପ୍ରେଶନ୍, ରକ୍ତଚାପ, ସ୍ଲିପ୍ ଡିସ୍ଅର୍ଡର, ଷ୍ଟ୍ରେସ୍ ଭଳି ଅସୁବିଧା କଲର ଥେରାପିରେ ଉଭେଇଯିବ ।
ରୋଗ ଭଲ କରିବା ପାଇଁ ବେଳେ ବେଳେ ରୋଗୀଙ୍କୁ କିଛି ନିର୍ଦ୍ଦିଷ୍ଟ ରଙ୍ଗର କପଡ଼ା ପିନ୍ଧିବାକୁ କୁହାଯାଏ । ଏହାଛଡ଼ା କଲର ସିଟ୍, ଚାର୍ଜ ୱାଟରବଟଲ, ଇମୋଶନାଲ କଲର ଥେରାପି ମଧ୍ୟ ରୋଗୀର ଚିକିତ୍ସାରେ ଉପଯୋଗ କରାଯାଏ । ଇମୋଶନାଲ କଲର ଥେରାପିରେ ରୋଗୀ ବନ୍ଦ ଆଖିରେ ତା’ ଆଖପାଖରେ ମନକୁ କଲର କ୍ରିଏଟ୍ କରିଥାଏ । ଏହାଦ୍ୱାରା ଶରୀରରେ ଥିବା ଚକ୍ର କାମ କରିବା ଆରମ୍ଭ କରେ । କଲର ଥେରାପିର ରେଟ୍ ଅଲଗା । କିଛି ସ୍ଥାନରେ ୧୧୦୦ରୁ ଥେରାପି ଦେବା ଆରମ୍ଭ ହେଉଥିବାବେଳେ ଆଉ କିଛି ସ୍ଥାନରେ ଅଧିକ ଟଙ୍କା ନେଉଛନ୍ତି । କଲର ଥେରାପିରେ ବର୍ତ୍ତମାନ ସୁଦ୍ଧା କେତେ ଲୋକ ଭଲ ହୋଇଛନ୍ତି ସେ ବାବଦରେ କୌଣସି ଡେଟା ଉପଲବ୍ଧ ନାହିଁ ।