ନୂଆଦିଲ୍ଲୀ: ବ୍ୟାଙ୍କ ମ୍ୟାନେଜର ଓ କଷ୍ଟମରଙ୍କ ମାର୍ପିଟ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖିଲାପରେ ବ୍ୟାଙ୍କ ସତେଯେମିତି ପାଲଟିଯାଇଛି ଆଖଡା ଘର । ରିପୋର୍ଟ ମୁତାବକ ଅହମଦାବାଦ୍ ଭସ୍ତରପୁରସ୍ଥିତ ୟୁନିୟନ୍ ବ୍ୟାଙ୍କରେ ଜୈମାନ ରାୱଲ ନାମକ ବ୍ୟକ୍ତି ଫିକ୍ସ ଡିପୋଜିଟ୍ କରିଥିଲେ । ଫିକ୍ସଡ୍ ଆମାଉଣ୍ଟରୁ ଟାକ୍ସ ଡିଡକ୍ସନ କରାଯିବାକୁ ନେଇ ମ୍ୟାନେଜର ଓ ତାଙ୍କ ମଧ୍ୟରେ ପ୍ରଥମେ ଯୁକ୍ତି ତର୍କ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ହାତିହାତି ପରିସ୍ଥିତି ଉପୁଜିଥିଲା । ୪୩ ମିନିଟର ଭିଡିଓରେ ଦୁଇଜଣଯାକ ପରସ୍ପରର ହାତ ଧରିଥିବାର ଦେଖିବାକୁ ମିଳିଛି । ଏହାପରେ ଦୁହେଁ କାଲର, ଚୁଟି ଧରି ଟଣାଓଟରା କରୁଥିବାବେଳେ ସେଠାରେ ଉପସ୍ଥିତ ଲୋକ ସେମାନଙ୍କୁ ଅଟକାଉଛନ୍ତି । ହେଲେ ଦୁହେଁ କାହାରି କଥା ମାନିବାକୁ ନାରାଜ । ଶେଷରେ ଜଣେ ବୃଦ୍ଧା ମହିଳା ମଧ୍ୟ ସେମାନଙ୍କୁ ରୋକିବାକୁ ଉଦ୍ୟମ କରୁଛନ୍ତି । ବହୁ ଚେଷ୍ଟା ପରେ ଦୁହିଁଙ୍କ ମଧ୍ୟରେ ଲାଗିଥିବା ଷଣ୍ଢ ଲଢ଼େଇ ବନ୍ଦ ହୋଇଥିଲା । ଯେଉଁଠାରେ ବୃଦ୍ଧା ଓ ରାୱଲ ବ୍ୟାଙ୍କ ସୋଫାରେ ଯାଇ ବସୁଥିବାର ଦେଖାଯାଇଥିବାବେଳେ କର୍ମଚାରୀ ସେଠାରୁ ଚାଲିଯାଇଥିଲେ ।
‘Customer’ turned ‘Crocodile’ after TDS Deduction in Bank FD. FM sud instruct Bank staffs to learn ‘taekwondo’ for self defense. pic.twitter.com/CEDarfxcqi
— Newton Bank Kumar (@idesibanda) December 6, 2024
ପାଟନା ଗାନ୍ଧୀ ମଇଦାନ ପୋଲିସ ଷ୍ଟେଶନ ଅଧିନରେ ଥିବା କାନାରା ବ୍ୟାଙ୍କ ବ୍ରାଞ୍ଚରେ ସମାନ ଘଟଣା କିଛିଦିନ ପୂର୍ବେ ଦେଖିବାକୁ ମିଳିଥିଲା । ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ହାତରୁ ଫୋନ୍ ଛଡ଼ାଇ ଜଣେ କଷ୍ଟମର ତଳେ ଫୋପାଡ଼ି ଦେବା ସହ ତାଙ୍କୁ ଧମକ ଦେଉଥିବାର ଭିଡିଓ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ କଷ୍ଟମଣ ଜଣକ ଫୋନ ତଳୁ ଗୋଟାଇ ମ୍ୟାନେଜରଙ୍କୁ ହସ୍ତାନ୍ତର କରିଥିଲେ । ମ୍ୟାନେଜର ତାଙ୍କ ସହ ଖରାପ୍ କରିଛନ୍ତି ବୋଲି କହିବା ସହ ତାଙ୍କୁ ଧମକ ଦେଇଥିଲେ ।