Eye Diseases: ୫ଟି ଫୁଡସ୍ ସେବନ କରି ଆପଣ ନିଜର ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିପାରିବେ

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଖରାପ ଲାଇଫଷ୍ଟାଇଲ ଓ ଖାଦ୍ୟପେୟରେ ଅବହେଳା କାରଣରୁ ମଣିଷକୁ ଅନେକ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡ଼ୁଛି । ବିଶେଷ କରି ଆଜିର ସମୟରେ ବହୁ ଲୋକ ଆଖି ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହେଉଥିବା ଦେଖାଯାଉଛି । ଏପରିକି ସମୟ ପୂର୍ବରୁ ଅନେକ ଲୋକଙ୍କର ଆଖି ଖରାପ ହେବା ସହ ସେମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଉଥିବା ଦେଖାଯାଉଛି । ତେବେ ଆପଣମାନେ ଯଦି ଏହିସବୁ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ବେଳ ଥାଉ ଥାଉ ଆପଣମାନେ ଏନେଇ ସତର୍କ ରହିବା ଆବଶ୍ୟକ ।

ତେବେ ଏପରି ୫ଟି ଖାଦ୍ୟ ରହିଛି, ଯାହାକୁ ସେବନ କରି ଆପଣମାନେ ନିଜର ଦୃଷ୍ଟିଶକ୍ତିରେ ସୁଧାର ଆଣିପାରିବେ । ଅଁଳାରେ ଭିଟାମିନ-ସି ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି । ତାହା ଆଖିକୁ ସୁସ୍ଥ ରଖିବା କ୍ଷେତ୍ରରେ ସହାୟକ ହୋଇଥାଏ । ଆଲମଣ୍ଡରେ ଭିଟାମିନ-ଏ ରହିଥିବା ବେଳେ ତାହା ରେଟିନାକୁ ହେଲଦୀ ରଖିଥାଏ ଓ ଅନ୍ଧାରକଣା ରୋଗକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ଗୋଲମରିଚରେ ଭିଟାମିନ ଏ, ସି ଓ ଇ ପରି ଆଣ୍ଟିଅକ୍ସିଡେଣ୍ଟସ ରହିଥାଏ, ଯାହାକି ଆଖିର ରୋଶନୀକୁ ବଢ଼ାଇବାରେ ସହାୟକ ହୋଇଥାଏ । ପାନମଧୁରୀରେ ଭିଟାମିନ ଏ ରହିଥିବାରୁ ତାହାକୁ ସେବନ କଲେ ଆଖିର ରେଟିନା ସୁସ୍ଥ ରହିଥାଏ । ମିଶ୍ରି ସେବନ କଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ । କାରଣ ମିଶ୍ରିରେ ପ୍ରଚୁର ପରିମାଣରେ ଭିଟାମିନ-ଏ ରହିଥାଏ । ଉପରୋକ୍ତ ଖାଦ୍ୟକୁ ସେବନ କଲେ ଆପଣ ନିଜର ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇ ପାରିବେ ।