ପିଲାଙ୍କ ଭବିଷ୍ୟକୁ ନେଇ ଚିନ୍ତିିତ ? PTMରେ ଶିକ୍ଷକଙ୍କୁ ପଚାରନ୍ତୁ ଏହି ପ୍ରଶ୍ନ

ଓଡ଼ିଶା ଭାସ୍କର: ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟ କଥା ଚିନ୍ତା କରିବା ପ୍ରତ୍ୟେକ ମାତା ପିତାଙ୍କ ଦାୟିତ୍ୱ । ପିଲାଙ୍କୁ ଅନୁଶାସିତ କରାଇବା ପାଇଁ ବେଳେ ବେଳେ ସେମାନେ କଠୋର ବ୍ୟବହାର ପ୍ରଦର୍ଶନ କରିଥାନ୍ତି । କିନ୍ତୁ ଆଜିକାଲି ପିଲାଙ୍କ ମୋବାଇଲ ନିଶା ସେମାନଙ୍କୁ ପାଠପଢ଼ା ଠାରୁ ଦୂରେଇ ଦେଉଛି । ଏହା ବାଦ୍ ଅଧିକାଂଶ ଦମ୍ପତି କର୍ମଜୀବୀ ହୋଇଥିବାରୁ ପିଲାଙ୍କ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିପାରନ୍ତି ନାହିଁ । ଫଳରେ ପିଲାଙ୍କ ମାର୍କ କମ୍ ଆସିଥାଏ । ପରବର୍ତ୍ତୀ ସମୟରେ ପ୍ୟାରେଣ୍ଟ ଟିଚର ମିଟିଙ୍ଗ୍‌(PTM)ରେ ଅଭିଭାବକଙ୍କୁ ଶିକ୍ଷକଙ୍କ ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ିଥାଏ ।

ସାଧାରଣତଃ ପ୍ୟାରେଣ୍ଟ ଟିଚର ମିଟିଙ୍ଗ୍ ଯିବା ପୂର୍ବରୁ ଅନେକ ଅଭିଭାବକ ଘାବରାଇ ଯାଇଥାନ୍ତି । ଅନେକାଂଶରେ ଅଭିଭାବକମାନେ ବୁଝିପାରନ୍ତି ନାହିଁ କି ପିଲାଙ୍କ ବିଷୟରେ ଶିକ୍ଷକଙ୍କୁ କିପରି ପ୍ରଶ୍ନ ପଚାରିବେ । ଶିକ୍ଷକ ଯାହା ବି ପିଲାଙ୍କ ବିଷୟରେ ପଚାରନ୍ତି ସେମାନେ କେବଳ ‘ହଁ’ କିମ୍ବା ‘ନାଁ’ ନଚେତ ବହୁତ କମ୍ ଶବ୍ଦରେ ଉତ୍ତର ଦିଅନ୍ତି । କିନ୍ତୁ ଜରେ ସଚେତନ ଅଭିଭାବକ ହିସାବରେ ଶିକ୍ଷକଙ୍କୁ ଆପଣଙ୍କ ପିଲାଙ୍କ ପରଫର୍ମାନ୍ସ ବିଷୟରେ ପଚାରିବାର ଅଧିକାର ଅଛି । କାରଣ ପିଲାର ଅଧା ଦିନ ସ୍କୁଲରେ ବିତିଥାଏ । ଅଧିକାଂଶ ସମୟରେ ଅଭିଭାବକମାନେ ପିଲାଙ୍କ ଖରାପ ରିପୋର୍ଟ କାର୍ଡ଼ ପ୍ରଦର୍ଶନ ପାଇଁ ସେମାନଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ଏହା ପରିବର୍ତ୍ତେ ସେମାନଙ୍କ ବ୍ୟବହାର, ମାନସିକ ସ୍ଥିତି ଏବଂ ପାରିପାଶ୍ୱର୍ିକ ପରିସ୍ଥିତିକୁ ବୁଝିବା ଆବଶ୍ୟକ ହୋଇଥାଏ ।

୧. ପିଲା ସ୍କୁଲ ଆକ୍ଟିଭିଟିଜ୍‌(ନୃତ୍ୟ, କ୍ରୀଡ଼ା, ଅନ୍ୟାନ୍ୟ ପ୍ରତିଯୋଗିତା)ରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛି କି ନାହିଁ ?

୨. କେଉଁ ବିଷୟରେ ପିଲା ଭଲ ମାର୍କ ରଖୁଛି ଏବଂ କେଉଁ ବିଷୟରେ ଦୁର୍ବଳ ଅଛି ?

୩. ପିଲାର ଅନ୍ୟ ସହପାଠୀଙ୍କ ସହ ବ୍ୟବହାର କିପରି ଅଛି ?

୪. ସ୍କୁଲରେ ପାଠପଢ଼ା ବ୍ୟତୀତ ଟ୍ୟୁସନର ଆବଶ୍ୟକତା ଅଛିକି ନାହିଁ?

୫. ପିଲାର ସାମଗ୍ରିକ ବିକାଶ ପାଇଁ କିପରି ସହଯୋଗ କରି ହେବ ?

୬. ପିଲା ତା’ ଡେସ୍କରେ କିପରି ଜିନିଷ ସଜାଡ଼ି ରଖିଥାଏ ?