HDFC ଗ୍ରାହକଙ୍କୁ ଦେଲା ଝଟକା, ମହଙ୍ଗା କଲା ଲୋନ, ଜାଣନ୍ତୁ କେତେ ବଢିବ ଆପଣଙ୍କ EMI

ନୂଆଦିଲ୍ଲୀ: ଆରବିଆଇ ପୁଣିଥରେ ରେପୋ ରେଟ ହ୍ରାସ ନକରି ଲୋକଙ୍କୁ ନିରାଶ କରିଛି । ତେବେ ବର୍ତ୍ତମାନ ଦେଶର ସବୁଠୁ ବଡ଼ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଝଟକା ଦେଇଛି । ଏଚଡିଏଫସି ବ୍ୟାଙ୍କ କିଛି ସମୟ ପାଇଁ ଲୋନ ଉପରେ MCLR ରେଟ୍ ବୃଦ୍ଧି କରିଛି । ଏମସିଏଲଆର ରେଟରେ ୦.୦୫ ପ୍ରତିଶତର ବୃଦ୍ଧି କରାଯାଇଛି । ବ୍ୟାଙ୍କର ଏହି ଝଟକା ପରେ ଓଭରନାଇଟ ପିରିୟଡ ପାଇଁ ଲୋନର ଦର ୯.୧୫ ପ୍ରତିଶତରୁ ବଢି ୯.୨୦ ପ୍ରତିଶତ ହୋଇଯାଇଛି । ନୂଆ ଋଣ ଦର ୭ ଡିସେମ୍ବରରୁ ଲାଗୁ କରାଯାଇଛି ।

ବ୍ୟାଙ୍କର ଏହି ନିଷ୍ପତ୍ତିରେ ଏଚଡିଏଫସିରୁ ନେଇଥିବା ହୋମ ଲୋନ, କାର ଲୋନ ଗ୍ରାହକଙ୍କ ଇଏମଆଇ ଉପରେ ଏହାର ପ୍ରଭାବ ପଡିବ । ଏମସିଏଲଆର ବଢିବାରେ ଫ୍ଲୋଟିଂ ଲୋନର ସୁଧ ଦର ବଢିଯାଇଥାଏ, ଯାହା ପାଇଁ ଗ୍ରାହକଙ୍କ ଇଏମଆଇ ବୃଦ୍ଧି ହୋଇଥାଏ । ବ୍ୟାଙ୍କ କେବଳ ଓଭରନାଇଟ ଏମସିଏଲଆରରେ ପରିବର୍ତ୍ତନ କରିଛି । ଅନ୍ୟ ପିରିୟଡର ଲୋନ, କାର ଲୋନ, ପର୍ସନାଲ ଲୋନର ସୁଧ ଦର ବଢିଯାଇଛି । ସେହିପରି ଯେଉଁ ଲୋକେ ବ୍ୟାଙ୍କରୁ ଲୋନ ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ମହଙ୍ଗା ଲୋନ ମିଳିବ ।