ମଧୁଚନ୍ଦ୍ରିକାର ପ୍ରତିଟି ମୁହୂର୍ତ୍ତରେ ଯୁବତୀଙ୍କ ଆଖିରେ ଲୁହ, କିନ୍ତୁ କାହିଁକି?

ନୂଆଦିଲ୍ଲୀ- ହନିମୁନ କଥା କହିଲେ ମନକୁ ଅନେକ ରଙ୍ଗିନ ଭାବନା ଆଛାଦିତ କରିଥାଏ । ଦମ୍ପତି ଏମିତି ବୁଲିଥିବେ, ଏମିତି ଗପ କରିଥିଲେ, ଏମିତି ପରସ୍ପରକୁ ଆଲିଙ୍ଗନ କି ନିଜ ପ୍ରେମ ପ୍ରକାଶ କରିଥିବେ ବା ଦାମ୍ପତ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିବାକୁ ଯୌନ ଜୀବନର ନିଅଁ ପକେଇଥିବେ, ଏହି ପରି କଥା ମନକୁ ଆସେ । ହେଲେ କାନାଡାରେ ଏମିତି ଗୋଟିଏ ହନିମୁନ ଟ୍ରିପ ହୋଇଛି, ଯେଉଁଥିରେ ଯୁବତୀଙ୍କୁ ସହିବାକୁ ହୋଇଛି ଅକଥନୀୟ ଅତ୍ୟାଚାର, ନିର୍ଯାତନା । ହନିମୁନର ପ୍ରତିଟି ମୁହୂର୍ତ୍ତ ତାଙ୍କୁ ଦେଇଛି ଯମ ଯନ୍ତ୍ରଣା ।

ଲେରା ମର୍ଫିଙ୍କ ମଧୁଚନ୍ଦ୍ରିକା ଥିଲା ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେ ହନିମୁନ ଯାଇଥିଲେ ହେଲେ ସାଙ୍ଗରେ ନ ଥିଲେ ତାଙ୍କ ସ୍ୱାମୀ । ଏକାକୀ ସବୁ ସ୍ଥାନରେ ଖୋଜିଥିଲେ ନିଜ ପ୍ରେମକୁ, ନିଜ ସାଥୀଙ୍କୁ । ଲେରାଙ୍କ ଏହି ହନିମୁନ ଟ୍ରିପର ବିବରଣୀ ସେ ସୋସିଆଲ ମିଡିଆରେ ଦେବା ପରେ ୟୁଜର୍ସ ତାଙ୍କ ସାହସକୁ ପ୍ରଶଂସା ନ କରି ରହିପାରି ନାହାନ୍ତି । ଲେରାଙ୍କ ଧୈର୍ଯ୍ୟ ଆଗରେ ମୁଣ୍ଡ ନୁଆଁଇଛନ୍ତି ସମସ୍ତେ । ତେବେ କାହିଁକି ଏମିତି ଦୟନୀୟ ହନିମୁନ ହେଲା ଲେରାଙ୍କର?

ଲେରା ଓ ତାଙ୍କ ଭାବି ପତି ଡେବୋନ ନିଜ ବିବାହକୁ ନେଇ ଅନେକ ପ୍ଲାନ କରିଆସୁଥିଲେ ଦୀର୍ଘ ସମୟରୁ । ସେମାନେ ଲଣ୍ଡନ ହନିମୁନ ପାଇଁ ଯିବାକୁ ସ୍ଥିର କରିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କି, ସେମାନଙ୍କ ବିବାହର ମାତ୍ର ଏକ ମାସ ଆଗରୁ ଡେବୋନଙ୍କ ମୃତ୍ୟୁ ହେଲା । ସବୁ ସ୍ୱପ୍ନ ଲେରାଙ୍କର ଅଧୁରା ରହିଗଲା । ତଥାପି ଡେବୋନଙ୍କ ସହ ଲଣ୍ଡନ ହନିମୁନ ପାଇଁ ଯିବାକୁ କରିଥିବା ପ୍ରତିଶ୍ରୁତି ରଖିବାକୁ ସେ ଏକା ଏକା ଗଲେ ଡେଷ୍ଟିନେସନ ପଏଣ୍ଟକୁ । ସେଠି ପ୍ରତିଟି ସ୍ଥାନରେ ସେ ମିସ କରୁଥିଲେ ଡେବୋନଙ୍କୁ, ଯିଏ ତାଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଲେରା ନିଜ ହନିମୁନର ପ୍ରତିଟି ମୁହୂର୍ତ୍ତକୁ ସୁଟ କରିଥିଲେ କି, ଏହା ତାଙ୍କ ଡେବୋନଙ୍କ ଜୋଡିରଖିବାରେ ସହାୟକ ହେବ ।

ତାଙ୍କ ଏହି ବିଡିଓ କାନାଡାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକେ ଲେରାଙ୍କ ଅଙ୍ଗେନିଭା କଥା ଶୁଣି ଭାବୁକ ହୋଇଯାଇଛନ୍ତି । ତାଙ୍କ ସାହସକୁ ପ୍ରଶଂସା କରିଛନ୍ତି ।