ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନ ଏକ ଅତ୍ୟାବଶ୍ୟକ ଗେଜେଟରେ ପରିଣତ ହୋଇଛି। ସ୍ମାର୍ଟଫୋନରେ ଆମେ ଅନେକ ପ୍ରକାରର ଆପ୍ଲିକେସନ ବ୍ୟବହାର କରୁଛେ, ହେଲେ କିଛି ଏପରି ଆପ୍ଲିକେସନ ଅଛି, ଯାହା ବିନା ଆମର ଅନେକ କାମ ଅଟକିଯାଇଥାଏ। ହ୍ୱାଟ୍ସଆପ ମଧ୍ୟ ଏପରି ଏକ ଆପ୍ଲିକେସନ ଯାହା ଆମର ପ୍ରତିଦିନ ରୁଟିନ ଲାଇଫରେ ଅଧିକ କାର୍ଯ୍ୟରେ ଆସିଥାଏ। ସାରା ଦୁନିଆରେ ହାରାହାରି ୪ ବିଲିୟନ ଲୋକେ ହ୍ୱାଟ୍ସଆପର ବ୍ୟବହାର କରନ୍ତୁ। ତେବେ ଲୋକମାନଙ୍କ ପାଇଁ କମ୍ପାନୀ ବେଳେ ବେଳେ ନୂଆ-ନୂଆ ଫିଚର୍ସ ଆଣୁଛି।
ହ୍ୱାଟ୍ସଆପ ନିଜର କୋଟି କୋଟି ୟୁଜର୍ସଙ୍କୁ ଚାଟିଙ୍ଗ ସମୟରେ ଷ୍ଟିକର ସେୟାର କରିବାର ସୁବିଧା ଦେଇଥାଏ, ହେଲେ ବର୍ତ୍ତମାନ କମ୍ପାନୀ ଏଥିରେ ଏକ ବଡ଼ ଅପଡେଟ ଦେଇଛି। ବର୍ତ୍ତମାନ ୟୁଜର୍ସ ନିଜ ସାଙ୍ଗ ବା ପରିବାର ସଦସ୍ୟଙ୍କ ସହ ପୁରା ପୁରି ଷ୍ଟିକର ପ୍ୟାକ ସୟୋର କରିପାରିବେ। ହ୍ୱାଟ୍ସଆପର ଏହି ଫିଚରରେ ପ୍ଲାଟଫର୍ମ ପୂର୍ବରୁ ଅଧିକ ଆଡଭାନ୍ସ ହୋଇପାରିବ।
ଅନେକ ଦିନ ଧରି ହ୍ୱାଟ୍ସଆପ ଏହି ଫିଚରର ଟେଷ୍ଟିଂ କରୁଥିଲା। ବର୍ତ୍ତମାନ ଏହି ଫିଚର ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଟେ। ତେବେ ବର୍ତ୍ତମାନ ଏହି ଫିଚରକୁ ହ୍ୱାଟ୍ସଆପ ଆଇଫୋନ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଛି। ହେଲେ କୁହାଯାଉଛି ଯେ, ଏହି ଫିଚର୍ସ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ରୋଲଆଉଟ କରିବ। ଏହି ଫିଚର ସାହାଯ୍ୟରେ ଅନ୍ୟଜଣଙ୍କୁ ଷ୍ଟିକର ପଠାଇବା ପୂର୍ବ ଅପେକ୍ଷା ସହଜ ହୋଇଯିବ।