ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ମୁସଲମାନମାନେ କଲେ ପ୍ରାର୍ଥନା, ମସଜିଦରେ ଚଢାଇଲେ ‘ଚାଦର’

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଆକ୍ରମଣକୁ ନେଇ ମୁସଲମାନମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି, ଦୁଆ ମାଗିଛନ୍ତି ଏବଂ ଚାଦର ଚଢାଇଛନ୍ତି। ଉତ୍ତରାଖଣ୍ଡ ୱାକ୍‌ଫର ଅଧ୍ୟକ୍ଷ ଶାଦାବ ଶମ୍ସଙ୍କ ନେତୃତ୍ୱରେ ମୁସଲିମ ସମୁଦାୟର ଲୋକମାନେ ସୋମବାର ଦିନ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚରକୁ ଶେଷ କରିବା ପାଇଁ ପ୍ରାର୍ଥନା କରି ପିରାନ କଲିୟର ଶରିଫରେ ଚାଦର ଚଢାଇଛନ୍ତି। ଶମ୍ସ କହିଛନ୍ତି ଯେ, ବାଂଲାଦେଶର ଲୋକେ ଧାର୍ମିକ ହିଂସାର ସାମ୍ନା କରୁଛନ୍ତି, ମନ୍ଦିର ଭଙ୍ଗାଯାଉଛି, ଭଉଣୀ-ଭାଇମାନେ ଅସୁରକ୍ଷିତ ଅଛନ୍ତି, ସେଠାରେ ଗଣତନ୍ତ୍ରର ହତ୍ୟା କରାଯାଉଛି।

ଶାଦାବ ଶମ୍ସ କହିଛନ୍ତି ଯେ, କୁରାନ ଇନ୍ନଲ୍ଲାହ ମାଆସାହିରିନ କହିଛନ୍ତି ଯେ, ଯାହାର ଅର୍ଥ ହେଉଛି ଈଶ୍ୱର ଦଳିତମାନଙ୍କ ସହ ଅଛନ୍ତି ଏବଂ ଦଳିତଙ୍କ ବିରୋଦ୍ଧରେ ଅଛନ୍ତି। ଶମ୍ସ କହିଛନ୍ତି, ‘ଦଳିତଙ୍କ ଉପରେ ଅତ୍ୟାଚାର କର ନାହିଁ, ଦଳିତମାନେ କାନ୍ଦିବେ ଏବଂ ଯଦି ଭଗବାନ ସେମାନଙ୍କର କ୍ରନ୍ଦନ ଶୁଣନ୍ତି, ତେବେ ସେ ତୁମ୍ଭମାନଙ୍କୁ ବିନାଶ କରିଦେବେ।’ ସେ ଆଗକୁ କହିଛନ୍ତି ଯେ, ତାଙ୍କ ପ୍ରାର୍ଥନା ଅବଶ୍ୟ ଭଗବାନ ଶୁଣିବେ ଏବଂ ବାଂଲାଦେଶରେ ହିନ୍ଦୁମାନଙ୍କ ରକ୍ଷା କରିବେ। ଆମ ପ୍ରାର୍ଥନା ଅଯଥାରେ ଯିବ ନାହିଁ।