ଜାଣନ୍ତୁ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ କଣ କରିବାକୁ ହେବ?

ନୂଆଦିଲ୍ଲୀ- ଆମ ସରକାରଙ୍କ ତରଫରୁ ଅସହାୟ, ଗରିବଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି । ମୁଖ୍ୟତଃ କେହି ଭାରତୀୟ ଭୋକିଲା ରହିବେ ନାହିଁ କି, କେହି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମୃତ୍ୟୁ ବରଣ କରିବେ ନାହିଁ । ଏହି ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ତରଫରୁ ମାଗଣା ରାସନ ସାମଗ୍ରୀ ଯୋଗାଣ ତଥା ଆୟୁଷ୍ମାନ ଭାରତ ଯୋଜନାର ପ୍ରଚଳନ କରାଯାଇଛି । ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ୫ ଲକ୍ଷ ଯାଏଁ ମାଗଣା ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ରହିଛି ।

ଆୟୁଷ୍ମାନ ଭାରତ ଯୋଜନାରେ ଲାଭ ଉଠାଇବା ପାଇଁ କିଛି ଦିଶା ନିର୍ଦ୍ଦେଶ ରହିଛି । ଏହି ଜନହିତକାରୀ ଯୋଜନାରେ ସମସ୍ତେ ସାମିଲ ହୋଇପାରିବେ ନାହିଁ । ଏଥିପାଇଁ ରହିଛି ବିଶେଷ ବିଧି ବ୍ୟବସ୍ଥା । ଏହି କ୍ୟାଟେଗୋରୀକୁ ମ୍ୟାଚ କରିପାରିଲେ ବ୍ୟକ୍ତି ଆୟୁଷ୍ମମାନ ଯୋଜନାରେ ସାମିଲ ହୋଇପାରିବେ ।

ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଫେବୃଆରୀ ୨୦୨୪ ପୂର୍ବରୁ ରାସନ କାର୍ଡ କରିଥିବା କାର୍ଡଧାରକ ଏହି ଯୋଜନାରେ ସାମିଲ ହୋଇପାରିବ । କିନ୍ତୁ ଏଥିରେ ଏବେ ବହୁ ପରିବର୍ତ୍ତନ କରାଯାଇଛି, ଯେମିତି ଲକ୍ଷ ଲକ୍ଷ ଲୋକ ତାର ଫାଇଦା ପାଇପାରିବେ । ନୂଆ ନିୟମ ମୁତାବକ, ଏବେ ମାର୍ଚ୍ଚ ୨୦୨୪ ପରେ ରାସନ କାର୍ଡ କରିଥିବା ବ୍ୟକ୍ତି ଆୟୁଷ୍ମମାନ କାର୍ଡ ପାଇଁ ଆବେଦନ କରିପାରିବେ । ଏଥିପାଇଁ ନିଜ ନିଜ ଜିଲ୍ଲାଗୁଡିକରେ ଜିଲ୍ଲା ସମନ୍ୱୟ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଦାଖଲ କରିବେ । ତେବେ ଏହି ସୁବିଧା ବର୍ତ୍ତମାନ ବିହାର ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ।

ଏଥିପାଇଁ ସବୁ ଜିଲ୍ଲାରେ ଆୟୁଷ୍ମାନ କାର୍ଡ ପାଇଁ କ୍ୟାମ୍ପ ଲଗାଯାଇଛି । ସେଠାକୁ ଯାଇ ରାସନ କାର୍ଡର କପି ଦାଖଲ କରି ଆୟୁଷ୍ମାନ କାର୍ଡ କରିପାରିବେ । ଏହା ବ୍ୟତୀତ https://beneficiary.nha.gov.in/ ପୋର୍ଟାଲରେ ଲଗଇନ କରି ଏସମ୍ପର୍କରେ ଅଧିକ ତଥ୍ୟ ସମୟନୁଯାୟୀ ହାସଲ କରିପାରିବ । ଯଦି ପୋର୍ଟାଲରେ ଆପଣଙ୍କ ନାମ ସାମିଲ ହୋଇଛି, ତେବେ ଆପଣ କମନ ସର୍ଭିସ ସେଣ୍ଟରରେ ଆୟୁଷ୍ମାନ କାର୍ଡ ତିଆରି କରି ପାରିବେ । ଏଥିରେ ଆଶାକର୍ମୀଙ୍କଠାରୁ ମଧ୍ୟ ସହାୟତା ନିଆଯାଇପାରେ ।