ରାୟପୁର: ରାୟପୁରରେ ଆୟୋଜିତ ହେଉଛି ‘ରାଇଜିଂ ରାଜସ୍ଥାନ’ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟ୍ ୨୦୨୪ । ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୧୧ ତାରିଖରେ ଶେଷ ହେବ । ଏହି ତିନି ଦିବସୀୟ ଶିଖର ସମ୍ମିଳନୀରେ ୩୨ଟି ଦେଶ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀରେ ହୋଇଥିବା ଏକ କନସର୍ଟରେ ବଲିଉଡର ବିଶିଷ୍ଟ ଗାୟକ ସୋନୁ ନିଗମ ପରଫର୍ମ କରିଥିଲେ । କିନ୍ତୁ କିଛି ରାଜନେତାଙ୍କ ପାଇଁ ସେ ଅସନ୍ତୋଷ ବ୍ୟକ୍ତ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି ।
ବାସ୍ତବରେ ଜୟପୁର କନସର୍ଟରେ ସୋନୁ ନିଗମ ପରଫର୍ମ କରୁଥିବା ସମୟରେ ସେଠାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କିନ୍ତୁ କନସର୍ଟ ମଝିରୁ ଭଜନଲାଲ ଶର୍ମା ଉଠି ଚାଲିଯାଇଥିଲେ । ତାଙ୍କର ଏପରି ବ୍ୟବହାର ଦ୍ୱାରା ସୋନୁଙ୍କୁ ବହୁତ ଆହତ କରିଥିଲା । ସେ ନିଜ ନିରାଶା ବ୍ୟକ୍ତ କରି ଇନଷ୍ଟାଗ୍ରାମରେ ଏକ ଭିଡିଓ ମେସେଜ୍ ଶେୟାର କରି କହିଛନ୍ତି, ‘ବର୍ତ୍ତମାନ ଜୟପୁରରୁ ଏକ କନସର୍ଟ ଶେଷ କରି ମୁଁ ଫେରୁଛି । ଏହାର ନାଁ ରାଇଜିଂ ରାଜସ୍ଥାନ । ରାଜସ୍ଥାନର ଗୌରବ ବୃଦ୍ଧି କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଡେଲିଗେଟ୍ସ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ ଶୋ ମଝିରୁ ମୁଖ୍ୟମନ୍ତ୍ରୀ ଉଠି ଚାଲିଯିବା ପରେ ସମସ୍ତ ଡେଲିଗେଟ୍ସ ବି ଚାଲିଯାଇଥିଲେ । ମୁଁ ସମସ୍ତଙ୍କୁ ନିବେଦନ କରୁଛି କି ଆପଣ ଜଣେ କଳାକାରର ସମ୍ମାନ ନ କଲେ ବାହାର ଲୋକ କ’ଣ କରିବ ? ଆପଣଙ୍କୁ ଯିବାର ଅଛି ଯଦି ଶୋ’କୁ ଆସନ୍ତୁନି କିମ୍ବା ଶୋ ପ୍ରାରମ୍ଭରୁ ଚାଲିଯାନ୍ତୁ ।’ ସେ ଆହୁରି ମଧ୍ୟ କହିଛନ୍ତି କି ଜଣେ କଳାକାରଙ୍କ ପରଫର୍ମାନ୍ସ ମଝିରୁ ଉଠି ଚାଲିଯିବା ମାତା ସରସ୍ୱତୀଙ୍କ ଅପମାନ । ଆପଣ ବହୁତ ବ୍ୟସ୍ତ ରହୁଛନ୍ତି ତେବେ ଶୋ’କୁ ଆସି ନିଜ ସମୟ ନଷ୍ଟ କରନ୍ତୁ ନାହିଁ ।
View this post on Instagram