ଯମୁନା ନଗର- ହରିଆଣାର ଯମୁନାନଗର ଦେଖିଲା ରାଜକୀୟ ବାହାଘର । ବିବାହକୁ ସ୍ମରଣୀୟ କରିବାକୁ ଜଣେ ବର ଆକାଶମାର୍ଗରେ ଉଡି ଗଲେ ଭମ୍ଭୋଲି ଗାଁର କନ୍ୟା ଆଣିବାକୁ । ଯେମିତି ଗାଁରେ ପହଞ୍ଚିଲା ବର, ଲୋକଙ୍କ ଭିଡ ଦେଖିବା ପରି ଥିଲା । ବରର ବାହନ ଦେଖିବାକୁ ଲୋକଙ୍କ ଭିତରେ ଥିଲା ପ୍ରବଳ ଉତ୍ସାହ ।
ଭମ୍ବୋଲିର ପୁଲିସ ବାବୁଙ୍କ ଝିଅର ବାହାଘର ଥିଲା । କୁରୁକ୍ଷେତ୍ରର ଶାହାବାଦ, ସୁଡପୁରର ବର ଇଞ୍ଜିନିୟର ଶିବ ଶକ୍ତି ରଣା ନିଜ ବିବାହକୁ ସ୍ମରଣୀୟ କରିବାକୁ ମନସ୍ତ କଲେ । ବହୁ ବର୍ଷ ଇଟାଲୀରେ ରହୁଥିବା ଶିବ ଭମ୍ଭୋଲିକୁ ଯିବାକୁ ବାଛିଲେ ହେଲିକପ୍ଟର । ବର ନିର୍ଦ୍ଧିଷ୍ଟ ସମୟରେ ହେଲିକପ୍ଟର ଚଢି ନିଜ ପରିବାର ବର୍ଗଙ୍କ ସହ ଯାଇ ପହଞ୍ଚିଥିଲେ କନ୍ୟା ଗାଁରେ । ହେଲିକପ୍ଟର ଗାଁରେ ପହଞ୍ଚିବା ପରେ ଲୋକଙ୍କ ଭିଡ କଥା ନ କହିବା ଭଲ । ପୁରା ଗାଁ ଉଠି ଆସିଥିଲା ହେଲିକପ୍ଟର ଦେଖିବାକୁ ।
ହେଲିକପ୍ଟର ବ୍ୟତୀତ ବରଯାତ୍ରୀ ଜାଗୁଅର ନେଇ ଆସିଥିଲେ । ଲୋକମାନେ ବରର ହେଲିକପ୍ଟର ଓ ଜାଗୁଅରର ଭିଡିଓ କରିଥିଲେ । ଏବେ ଏହି ଭିଡିଓ ଭାଇରାଲ ହେଉଛି । ଲୋକେ ଏହି ବାହାଘରକୁ ନେଇ ଚର୍ଚ୍ଚାରେ ବ୍ୟସ୍ତ । ତେବେ ଏଠାରେ କହି ରଖୁଛୁ, ଇଟାଲୀରେ ଇଞ୍ଜିନିୟରଭାବେ କାମ କରୁଥିବା ଶିବଙ୍କ ପତ୍ନୀ ଜଣେ ଫେସନ ଡିଜାଇନର ।