ଦୁବାଇ ବୁଲିବାକୁ ପ୍ଲାନ କରିଥିଲେ ହୋଇଯାଆନ୍ତୁ ସାବଧାନ, ପରିବର୍ତ୍ତନ ହେଉଛି ଭାରତୀୟଙ୍କ ଟୁରିଷ୍ଟ ଭିସା

ନୂଆଦିଲ୍ଲୀ: ୟୁଏଇ ପର୍ଯ୍ୟଟକଙ୍କ ପାଇଁ ନିଜ ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛି। ଭିସା ନିୟମରେ ହୋଇଥିବା ପରିବର୍ତ୍ତନରେ ଭାରତୀୟ ପର୍ଯ୍ୟଟକଙ୍କ ଭିସା ଆବେଦନରେ ସମସଙ୍କୁ ସାମ୍ନା କରିବାକୁ ପଡୁଛି। ବର୍ତ୍ତମାନ ଦୁବାଇ ଯିବା ପାଇଁ ଭିସା ହାସଲ କରିବା ସହଜ ନୁହେଁ। ପ୍ରଥମେ ପାଖାପାଖି ୯୯ ପ୍ରତିଶତ ଭିସା ଆବେଦନ ସ୍ୱୀକାର କରାଯାଉଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ପରିବର୍ତ୍ତନ ହୋଇଛି। ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ଦର ବଢିଯାଇଛି।

ପର୍ଯ୍ୟଟକଙ୍କ ଭିସା ଆବେଦନକୁ ନେଇ ୟୁଏଇ ଯେଉଁ କଡ଼ା ନିୟମ ପ୍ରସ୍ତୁତ କରିଛି, ତା ମୁତାବକ ଯାତ୍ରୀମାନଙ୍କୁ ନିଜ ରିଟର୍ଣ୍ଣ ଟିକେଟର ଏକ କପି ଇମିଗ୍ରେସନ ଡିପାର୍ଟମେଣ୍ଟର ୱେବସାଇଟରେ ଅପଲୋଡ କରିବାକୁ ପଡିବ। ଏହା ପୂର୍ବରୁ ବିମାନବନ୍ଦରର ଅଧିକାରୀ ଏହି ଡକ୍ୟୁମେଣ୍ଟ ଦେଖୁଥିଲେ। ଯଦି ପର୍ଯ୍ୟଟକ ନିଜ ପରିବାର ସହ ରହିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ରହିବାର ଏକ ପ୍ରମାଣପତ୍ର ଦେଖାଇବାକୁ ପଡିବ। ଏହା ବ୍ୟତୀତ ପର୍ଯ୍ୟଟକଙ୍କୁ ଏହା ଦେଖାଇବାକୁ ପଡିବ ଯେ, ସେମାନଙ୍କ ପାଖେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ଅଛି କି ନାହିଁ। ଏଥିପାଇଁ ପର୍ଯ୍ୟଟକ ନିଜ ବ୍ୟାଙ୍କ ଷ୍ଟେଟମେଣ୍ଟ ବା ପ୍ସ୍‌ନ୍ସରସିପ ଲେଟର ଦେଖାଇବାକୁ ବାଧ୍ୟ।