ମୁଁ କିନ୍ନର, ମୁଁ କରିପାରିବିନି….. ନାବାଳିକାକୁ ଧମକେଇ ତାଙ୍କ ସହ କରିଥିଲା ବଳାତ୍କାର, ମେଡିକାଲ ଟେଷ୍ଟ ଖୋଲିଦେଲା ଗୁମର…..
ବରେଲି: ଉତ୍ତର ପ୍ରଦେଶ ବରେଲିରେ ୮ ବର୍ଷର ନାବାଳିକାକୁ ରେପ୍ କରିବା ଅଭିଯୋଗରେ ଦୋଷୀଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ମିଳିଛି । ପାଖାପାଖି ଅଢେଇ ବର୍ଷ ପରେ ନାବାଳିକା ଦୁଷ୍କର୍ମ ମାମଲାର ଅନ୍ତିମ ଶୁଣାଣୀ ହୋଇଛି । ଦୋଷୀ ନିଜକୁ କିନ୍ନର କହି କୋର୍ଟଙ୍କୁ ବର୍ଷ ତମାମ ବାଟବଣା କରିଆସୁଥିଲା । କିନ୍ତୁ କୋର୍ଟ ପକ୍ଷରୁ ମେଡିକାଲ ଟେଷ୍ଟ ହେବା ପରେ ଦୋଷୀ କିନ୍ନର ପୁରୁଷ ବୋଲି ଜଣାପଡ଼ିଥିଲା । ଯାହାପାଇଁ କୋର୍ଟ ଦୋଷୀକୁ ୧୨ ହଜାର ଟଙ୍କାର ଜରିମାନା ମଧ୍ୟ ଶୁଣାଇଛନ୍ତି ।
ରିପୋର୍ଟ ଅନୁସାରେ ବରେଲିର ନିରଗଞ୍ଜ ଥାନା ଅଞ୍ଚଳରେ ପୀଡ଼ିତାଙ୍କ ବାପା ପରିବା ବିକ୍ରି କରନ୍ତି । ମା’ ଘରଣୀ ହୋଇଥିବାବେଳେ ତାଙ୍କ ଘରେ ଥିବା ଟିବି ଖରାପ ଥିଲା । ଯେଉଁ କାରଣରୁ ପଡ଼ିଶା ଘରେ ରହୁଥିବା ଫରିନ୍ କିନ୍ନର ଘରକୁ ଟିଭି ଦେଖିବାକୁ ଯାଉଥିଲେ । ଅଭିଯୋଗ ଅନୁସାରେ, ୨୦୨୩ ମାର୍ଚ୍ଚ ୨୭ରେ ଦ୍ୱିପ୍ରହର ବେଳେ ଫରିନ ଘରକୁ ଯାଇଥିଲେ ନାବାଳିକା । କୁନି ଝିଅ ଘରକୁ ଫେରିଲାବେଳକୁ ତାଙ୍କ ପ୍ରାଇଭେଟ୍ ପାର୍ଟରୁ ରକ୍ତସ୍ରାବ ହେଉଥିବାବେଳେ ଡ୍ରେସ୍ରେ ରକ୍ତ ମଧ୍ୟ ଲାଗିଥିଲା । ଘରକୁ ଫେରିବା ପରେ ପୀଡ଼ିତା ତାଙ୍କ ମା’ଙ୍କୁ ସବୁ କଥା ଗୋଟି ଗୋଟି କହିଦେଲେ । ଫରିନ୍ କିନ୍ନର ପୀଡ଼ିତାଙ୍କୁ ଡରା ଧମକା କରି ତାଙ୍କ ସହ ବଳାକ୍ରାର କରିଥିବା ମଧ୍ୟ ସେ ତାଙ୍କ ମା’ଙ୍କୁ କହିଥିଲେ । ପୀଡ଼ିତାଙ୍କୁ ଘର ଲୋକ ନିକଟସ୍ଥ ଘରୋଇ ମେଡିକାଲରେ ଚିକିତ୍ସା କରିଥିଲେ । ଘଟଣାର ୧୩ ଦିନ ପରେ ଏପ୍ରିଲ ୨୦୨୩ରେ ପୀଡ଼ିତାଙ୍କ ଘରଲୋକ ଥାନାରେ ଏ ନେଇ ଅଭିଯୋଗ କଲେ ।
ନିଜକୁ ମହିଳା କିନ୍ନରର ପରିଚୟ ଦେଇ ଫରିନ୍ କୋର୍ଟକୁ ବାଟବଣା କରିଥିଲା । ଫରିନ୍ର ଚାଲି, ଚଳନି, ପୋଷାକ ମହିଳାଙ୍କ ପରି ଥିଲା । ଫରିନ୍ କିନ୍ନର ବେଶରେ ହିଁ ସବୁବେଳେ ରହୁଥିଲା । ସେ ଜନ୍ମର ମହିଳା କିନ୍ନର ଏବଂ ସେ ଦୁଷ୍କର୍ମ କରିପାରିବ ନାହିଁ ବୋଲି କୋର୍ଟରେ କହିଥିଲା । ହେଲେ ଜଜଙ୍କ ନିର୍ଦ୍ଦେଶକ୍ରମେ ଫରିନକୁ ଯେତେବେଳେ ଲିଙ୍ଗ ନିର୍ଦ୍ଧାରଣ ପାଇଁ ପଠାଗଲା ସେତେବେଳେ ଫରିନ୍ ପୁରୁଷ ବୋଲି ଜରାପଡ଼ିଥିଲା । ଯାହାପରେ କୋର୍ଟ ତାକୁ ନାବାଳିକାଙ୍କୁ ବଳାକ୍ରାର ମାମଲାରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।