ନୂଆଦିଲ୍ଲୀ- ବୈଜ୍ଞାନିକମାନେWASP-69 bନାମକ ଏକ ଏକ୍ସୋପ୍ଲେନେଟର ଲାଞ୍ଜକୁ ଖୋଜି ବାହାର କରିଛନ୍ତି । ଏହି ଲାଞ୍ଜ ଦେଖିବାକୁ କୌଣସି ଧୂମକେତୁ ପରି । ତେବେ ବାସ୍ତବରେ ଏହା ଲାଞ୍ଜ ନୁହେଁ କି ଧୂମ କେତୁ ନୁହେଁ, ଏହା ଗ୍ରହରୁ ବାହାରୁ ଥିବା ଗ୍ୟାର ବେଲୁନ, ଯାହା ପ୍ରାୟ ୫,୬୩,୦୦୦ କିମି ଯାଏଁ ବ୍ୟାପିରହିଛି ।
ଆମ ଆକାଶ ଗଙ୍ଗା ବାହାରେ ତାରା ଖୋଜା ଯାଇଛି । ଏସବୁର କ୍ଲୋଜଅପ ଫଟୋ ସାମ୍ନାକୁ ଆସିଛି । ଏହା ପୃଥିବୀ ଠାରୁ ୧.୬୦ ଲକ୍ଷ ପ୍ରକାଶ ବର୍ଷ ଦୂରରେ । ଏହା ଅତ୍ୟନ୍ତ ବିରାଟ ଓ ଭୟଙ୍କର । ଏହା ସୂର୍ୟ୍ୟଟାରୁ ୨୦୦୦ ଗୁଣା ବଡ ଓ ଏକ ବଡ ମାଗେଲାନିକ କ୍ଲାଉଡ ଅର୍ଥାତ୍ ଅନିୟମିତ ଗାଲାକ୍ସି, ଯାହା ଏକ ଗ୍ୟାସୀୟ ଆସ୍ତରଣର ଅଂଶ ଓ ଆକାଶର ଦକ୍ଷିଣ ଭାଗରେ ପ୍ରାୟ ୨୨ ଡିଗ୍ରୀ ଦୂରରେ ରହିଛି ।
ଏହି ତାରା ଯେଉଁ ଗ୍ୟାଲେକ୍ସିରେ ରହିଛି, ତାହା ଏକ ଡ୍ୱାର୍ଫ ଗ୍ୟାଲେକ୍ସି, ଅର୍ଥାତ୍ ଛୋଟ ଗ୍ୟାଲେକ୍ସି । ଯାହା ଆମ ଗ୍ୟାଲେକ୍ସି ଚାରି ପାଖରେ ଚକ୍କର ଲଗାଉଛି । ଏହାର କ୍କୋଜଅପ ଫଟୋ ନେଇଛନ୍ତି ବୈଜ୍ଞାନିକ । ଏଥିପାଇଁ ଲାର୍ଜ ଟେଲିସ୍କୋପ ଇଣ୍ଟରଫେରୋମିଟର (ଭିଏଲଟିଆଇ)ର ବ୍ୟବହାର କରାଯାଇଛି । ଏହି ଟେଲିସ୍କୋପ ୟୁରୋପିଆନ ସାଉଦର୍ନ ଅବ୍ଚରଭେଟରୀରେ ରହିଛି । ଚିଲିର ଆନ୍ଧ୍ରିବେଲୋ ନାସନାଲ ୟୁନିଭର୍ସିଟିର ଆଷ୍ଟ୍ରୋଫିଜିସିଷ୍ଟ କିଚି ଓନାକା କହିଛନ୍ତି କି ଆମେ ଏହି ତାରା ଚାରି ପଟେ କକୁନ ପରି ଅଣ୍ଡାକାର ବାଦଲର ଘେରା ଦେଖୁଛି । ଏହାର ଅର୍ଥ ହୋଇପାରେ କି ଏସବୁ ବାଦଲ ତାରାର ମୃତ୍ୟୁ କାରଣରୁ ବାହାରିଛି । ଏହି ତାରା ମରୁଛି ବା ଏବେ ସୁପର ନୋଭା ବିସ୍ଫୋଟ ଦେଇ ଗତିକରୁଛି ।