ଭୁବନେଶ୍ୱର- ରାଜ୍ୟରେ ଥିବା ଚାକିରି ଆଶାୟୀଙ୍କ ପାଇଁ ବଡ ଖବର । ରାଜ୍ୟ ସରକାରରେ ବାହାରିବ ନିଯୁକ୍ତି ସୁଯୋଗ । ଖାଲି ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍ତି କି, ଗୃହ ବିଭାଗରେ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । କେବଳ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥିରେ କିଛି ଖାଲି ପଦବୀ ହୋଇଥିବା ବେଳେ କିଛି ନୂଆ ପଦବୀ ରହିବ । ସେହିପରି ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ । ଏହି ପଦବୀ ଆଗରୁ ୨,୪୧୬ ରହିଥିଲା । ଏହାକୁ ମାଝୀ ସରକାର ୫ ହଜାରକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏଥିସହ ଗୃହରକ୍ଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ସେମାନଙ୍କ ସହାୟତା ରାଶିକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ପଦବୀ ଗୁଡିକୁ ତୁରନ୍ତ ହିଁ ପୂରଣ କରିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହେଲେ ଖୁବ ଶୀଘ୍ର ରାଜ୍ୟର ବହୁ ବେକାର ଯୁବକ, ଯୁବତୀଙ୍କୁ ରାଜ୍ୟରେ ହିଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି ମିଳିବ ।